ଟିଟିଲାଗଡ ଜିଲ୍ଲା ଦାବି : ଗାଁ ଗଣ୍ଡା ବୁଲି ଲୋକଙ୍କୁ ସଚେତନ କଲେ ରଞ୍ଜନ ଖୁଆସ

ଟିଟିଲାଗଡ,୨୫|୦୧: ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ୮୬ ଦିନରେ ପହଞ୍ଚିଥିବା ବେଳେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଚେଇଁ ଶୋଇଛନ୍ତି ସରକାର । ଟିଟିଲାଗଡ ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ସରକାରଙ୍କ ସ୍ଥାଣୁତା ନେଇ ସାଧାରଣରେ ତିବ୍ର ଅନନ୍ତୋଷର ବାତାବରଣ ଦେଖାଯାଇଛି । ଟିଟିଲାଗଡ ଜିଲ୍ଲା ଆମକୁ କାହିଁକି ଦରକାର ସେ ବିଷୟରେ ଗାଁ ଗଣ୍ଡା ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ରଞ୍ଜନ ଖୁଆସ । ମାଟି ପାଇଁ ଦୂର୍ବାର ମୋହ ନେଇ  ରଞ୍ଜନ ଖୁଆସ ଟିଟିଲାଗଡ ଠାରୁ ଭୂବନେଶ୍ବର ପର୍ଯ୍ୟନ୍ତ ପଦଯାତ୍ରା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଜିଲ୍ଲା ମାନ୍ୟତା ଦାବି ଉପସ୍ଥାପନ କରି ଫେରିଥିଲେ ।

ଦିର୍ଘ ୮୬ ଦିନ ହେଲା ଟିଟିଲାଗଡର କୋର୍ଟ, କଚେରୀ, ବ୍ଲକ କାର୍ଯ୍ୟାଳୟ ସବୁ ସହ ପଞ୍ଚାୟତ ଗୁଡିକରେ ତାଲା ପରି ସରକାରୀ କାର୍ଯ୍ୟ ଠପ୍ ହୋଇପଡିଛି । ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାବେଳେ ସରକାର ନିଦାବିଷ୍ଣ ସାଜିବା ଟିଟିଲାଗଡ ବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଟିଟିଲାଗଡ ମାଟିର ବରପୂତ୍ର ରଞ୍ଜନ କିଛି ଦିନ ତଳୁ ବିଭିନ୍ନ ଗାଁ ଗାଁ ବୁଲି ସମସ୍ତଙ୍କୁ ଟିଟିଲାଗଡ ଜିଲ୍ଲା ମାନ୍ୟତା କଣ ପାଇଁ ଦରକାର ସେହି ବିଷୟରେ ସଚେତନ କରୁଥିବା ବେଳେ ଆଜି ଭାଲେଗାଁ ଓ ବାଞ୍ଜିପଦର ଦୁଇଟି ଗ୍ରାମ ପଞ୍ଚାୟତର ଗାଁ ଗାଁ  ବୁଲି ସମସ୍ତଙ୍କୁ ଜିଲ୍ଲା ନ ହେବା ପର୍ଯ୍ୟନ୍ତ ଭୋଟ ବର୍ଜନ କରାଯିବ ବୋଲି ସଚେତନ କରିଥିଲେ । ତାଙ୍କ ସାଥିରେ ବୈକୁଣ୍ଠ ଖର୍ସେଲ ଓ ଅନ୍ୟାନ୍ୟ ବ୍ୟକ୍ତି ମାନେ ମଧ୍ୟ ସାମିଲ୍ ହୋଇଛନ୍ତି ।

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.