ଜିଲ୍ଳାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ

ମତଦାନ ସାବ୍ୟସ୍ତ କରି ଗଣତନ୍ତ୍ରକୁ ସୂଦୃଢ କରିବା : ଜିଲ୍ଳାପାଳ

ରାୟଗଡା,୨୫/୧: ସମସ୍ତେ ନିଜର ମତଦାନ ସାବ୍ୟସ୍ତ କରି ଦେଶର ଗଣତନ୍ତ୍ରକୁ ସୂଦୃଢ କରିବା ଲକ୍ଷ୍ୟ ନେଇ ଜାତୀୟ ମତଦାତା ଦିବସକୁ ପାଳନ କରାଯାଉଛି ଏବଂ ୱାନ ମ୍ୟାନ- ୱାନ ଭୋଟ ଅର୍ଥାତ୍ ପ୍ରତ୍ୟେକଙ୍କ ଭୋଟର ମୂଲ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ଭୋଟ ତାଲିକାରେ ଦିବ୍ୟାଙ୍ଗ, ସ୍ୱତନ୍ତ୍ର ସହାୟତା ଆବଶ୍ୟକ ବ୍ୟକ୍ତି ଓ ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ବୁଥଗୁଡିକ ଚିହ୍ନଟ ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଳାସ୍ତରୀୟ ଜାତୀୟ ମତଦାତା ଦିବସ ପାଳନ ଅବସରରେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଳାପାଳ ଶ୍ରୀମତି ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଏହି ଅବସରରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରାରେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟ,ମହିଳା ମହାବିଦ୍ୟାଳୟ,ଜୁପିଟର କଲେଜ,ସେଂଚ୍ୟୁରିଆନ ୟୁନିଭରସିଟିର ଛାତ୍ରଛାତ୍ରୀ ଓ ସରକାରୀ କାର୍ଯ୍ୟାଳୟର କର୍ମକର୍ତାମାନେ ବିଭିନ୍ନ ସ୍ଳୋଗାନ ସହ ହାତରେ ପ୍ଳାକାର୍ଡ ଧରି ନଗର ପରିକ୍ରମା କରିଥିବା ବେଳେ ଏହି ଶୋଭାଯାତ୍ରାକୁ ଜିଲ୍ଳାପାଳ ତଥା ଜିଲ୍ଳା ନିର୍ବାଚନ ଅଧିକାରୀ ଶ୍ରୀମତି ଗହୁା ପୁନମ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିିଥିଲେ ।

ଏଥିରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ରାହୁଲ ପି.ଆର.,ଉପଜିଲ୍ଳାପାଳ ତଥା ନିର୍ବାଚନ ପଂଜୀକରଣ ଅଧିକାରୀ ପ୍ରବୀର କୁମାର ନାୟକ,ସହକାରୀ ଜିଲ୍ଳାପାଳ ନାରାୟଣ ମିଶ୍ର,ବିଡିଓ ରାଜେନ୍ଦ୍ର ମାଝିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସେହିପରି ଏହି ଶୋଭାଯାତ୍ରାରେ ବୁଥ ସଚେତନତା ଦଳର ସଦସ୍ୟ ଘରଘର ବୁଲି ପ୍ରଚାର ପତ୍ର ଦେଇ ମତଦାନ କରି ଗୈାରାବାନ୍ୱିତ ହେବା ନିମନ୍ତେ ପ୍ରର୍ବତାଇଥିଲେ ।

ଚଳିତ ବର୍ଷରେ ହେବାକୁ ଥିବା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଦିବ୍ୟାଙ୍ଗ,ସ୍ୱତନ୍ତ୍ର ସହାୟତା ଆବଶ୍ୟକ ବ୍ୟକ୍ତି ଓ ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କ ଶତପ୍ରତିଶତ ପଂଜୀକରଣ ନିମନ୍ତେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି । ସେହିପରି ଉପଜିଲ୍ଳାପାଳ ଶ୍ରୀ ନାୟକ ମଧ୍ୟ ଜାତୀୟ ମତଦାତା ଦିବସ ପାଳନର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲ ।

କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ସରକାରୀ କାର୍ଯ୍ୟାଳୟର କର୍ମକର୍ତାମାନଙ୍କୁ ଜିଲ୍ଳାପାଳ ନିର୍ବାଚନରେ ମତଦାନ ନେଇ ଶପଥ ପାଠ କରାଇଥିବା ବେଳେ ନୂତନ ଭୋଟରଙ୍କୁ ଭୋଟର କାର୍ଡ ବଂଟନ କରାଯାଇଥିଲା ବେଳେ ବୁଥସ୍ତରୀୟ ୨ଜଣ ଶ୍ରେଷ୍ଠ ବୁଥ ଲେବଲ ଅଧିକାରୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଏଥିସହ ଅନୁଷ୍ଠିତ ବକୃତା,ସ୍ଳୋଗାନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଂଟନ ମଧ୍ୟ କରାଯାଇଥିଲା ।

ସ୍ୱତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.