ପଶ୍ଚିମାଞ୍ଚଳ ସ୍ତରୀୟ କନ୍ଧ ସମାଜ ମହାମିଳନ

ବଲାଂଗିର,୨୮/୧: ବଲାଂଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବୁଡ଼ୁକା ପ୍ରଗଣାର ରାଣୀପୁର ଝରିଆଲ ଚୌଷଠି ଯୋଗିନୀ ପୀଠ ପାନ୍ଥଶାଳ ଠାରେ ପଶ୍ଚିମାଞ୍ଚଳ ସ୍ତରୀୟ କନ୍ଧ ସମାଜ ମହାମିଳନ କର୍ମଶାଳାର ଆଜି ଦ୍ୱିତୀୟ ଦିନରେ ପଶ୍ଚିମ ଓଡ଼ିଶାର ଦଶଟି ଜିଲ୍ଲାର ସମସ୍ତ ପ୍ରଗଣା ସ୍ତରୀୟ କର୍ମକର୍ତା ଯୋଗଦେଇଥିଲେ । ଏଥିରେ ଆଲୋଚନା, ପର୍ଯ୍ୟାଲୋଚନା ମାଧ୍ୟମରେ କନ୍ଧ ସମାଜର ବିଭିନ୍ନ କ୍ଷେତ୍ରରେ ଅବନତି ଓ ଅଧୋଗତିର କାରଣ ଓ ତାର ନିରାକରଣର ବିଭିନ୍ନ ପନ୍ଥା ନିର୍ଧାରଣ କରାଯାଇଥିଲା । ସମାଜରେ କନ୍ଧ ଜାତିର ଏକ ସ୍ୱତନ୍ତ୍ର ପରିଚୟ ଅଛି ଯାହା ନିଜସ୍ୱ ରୀତି , ନୀତି, ପ୍ରଥା, ପରମ୍ପରା, ସଂସ୍କୃତି ଓ ଭାଷା ପାଇଁ ବଂଚିରହିଛି । ସାମ୍ବିଧାନିକ ନୀତି ନିୟମକୁ ଆଖି ଆଗରେ ରଖି ସମାଜର ମୌଳିକତା କୁ ସୁରକ୍ଷା କରିବାକୁ ପଡ଼ିବ । ଲୋକୁର କମିଟି ର ନିର୍ଦେଶ ଅନୁସାରେ କୌଣସି ଏସଟି ସମ୍ପ୍ରଦାୟ ନିଜସ୍ୱ ରୀତି ନୀତି, ପରମ୍ପରା, ସଂସ୍କୃତି ଓ ଭାଷା ଭୁଲିଯାଇ ଅନ୍ୟ କୌଣସି ସମ୍ପ୍ରଦାୟର ରୀତିନୀତି, ସଂସ୍କୃତି, ପରମ୍ପରା ଓ ଭାଷା ଆପଣେଇଥାନ୍ତି ତେବେ ସେହି ଏସଟି ସମ୍ପ୍ରଦାୟକୁ ଏସଟି ତାଲିକାରୁ ବାଦ ହେବେ । ବର୍ତ୍ତମାନ ଆସାମ ରାଜ୍ୟରେ ଏସଟି ମାନେ ତାଙ୍କ ନିଜସ୍ୱ ରୀତିନୀତି, ପରମ୍ପରା, ସଂସ୍କୃତି ଓ ଭାଷା ଭୁଲି ଯାଇଥିବାରୁ ତାଙ୍କୁ ଏସଟି ତାଲିକାରୁ ବାଦଦେଇ ଓବିଶି ତାଲିକାରେରେ ସାମିଲ କରାଯାଇଛି । ତେଣୁ ନିଜସ୍ୱ ପରିଚୟ କେମିତି ବଞ୍ଚି ରହିପାରିବ ସେ ଉପରେ ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା କରାଯାଇ କାର୍ଯ୍ୟପନ୍ଥା ନିର୍ଧାରଣ କରାଯାଇଥଲା ।

ପଶ୍ଚିମ ଓଡିଶା ବ୍ୟୁରୋ ରାମ ନାରାୟଣ ବାଗଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.