ଆଞ୍ଚଳିକ ଲୋକମହୋତ୍ସଵ ରେ ଝୁମିଲେ ଦର୍ଶକ

କଳାହାଣ୍ଡି,୨୮/୧: କଳାହାଣ୍ଡି ଜିଲ୍ଲାର ରିଷିଡା ଠାରେ ପ୍ରଥମ ଆଞ୍ଚଳିକ ଲୋକମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି। ରିଷିଡା, ଗଜବାହାଲ ଓ ପୌରକେଲା ପଂଚାୟତର କଳାକାର ମାନଙ୍କ ଉଦ୍ୟମ କ୍ରମେ ଆ ୟୋଜିତ ଉତ୍ସବ ରେ ସମ୍ବଲପୁର, ପୁରୀ, କଣ୍ଟାମାଲ, ସୋନପୁରର ଲୋକନୃତ୍ୟ ଦଳ ସମେତ ସ୍ଥାନୀୟ ମହାବିଦ୍ୟାଳୟ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ।

Omkar Vasthu
Omkar Vasthu

ବିଭିନ୍ନ ଦିବସ ରେ ଭୁପିନ୍ଦର ସିଂ ଅଧ୍ୟକ୍ଷ,ରାଜ୍ୟ ଗୃହ ନିର୍ମାଣ ନିଗମ, ଅଭିନେତା ରତନ ମେହେର, ପ୍ରଦୀପ୍ତ ରାୟ, ପୁଷ୍ପେନ୍ଦ୍ର ସିଂଦେଓ, ଆଦିତ୍ୟ ନନ୍ଦ, କେଦାର ରଣା, ମନୋଜ ପଟ୍ଟନାୟକ, କିଶୋର ନାୟକ, ଦୁର୍ଲଭ ମାହାର ଅତିଥି ଭାବେ ଯୋଗ ଦେଇଥିଲେ। ରିଷିଡା ନାଏବ ସରପଞ୍ଚ କୈଳାସ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଗଜବାହାଲ ସରପଞ୍ଚ ପୂଜା ସାହୁ, ପୌରକେଲା ସରପଞ୍ଚ କେତକୀ ରଣା, ପୌରକେଲା ସମିତି ସଭ୍ୟ ସୀମାଞ୍ଚଳ ଭୋଇ ପ୍ରମୂଖ ମଞ୍ଚାସିନ ଥିଲେ। କମିଟି ସଭାପତି ନରୋତ୍ତମ ସେଲମା ସଭା ସଂଯୋଜନା କରିଥିବା ବେଳେ ସମ୍ପାଦକ ମଧୁସୂଦନ ବାଗ ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।କମ୍ବୁପାଣି ସାହୁ, ସୌମ୍ୟ ରଞ୍ଜନ ତ୍ରିପାଠୀ, ଭଜଶ୍ୟାମ ସାହୁ, ଲଷ୍ମୀପ୍ରସାଦ ସେଠ, ବିଶିକେସନ ସେଠ ପ୍ରମୁଖ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.