ସାମ୍ବାଦିକଙ୍କ ସୁରକ୍ଷା ସହ ଅଞ୍ଚଳର ସମସ୍ୟାକୁ ଗୁରୁତ୍ବ : ନୂଆପଡାରେ ଗଠିତ ହେଲା ପ୍ରେସ୍ ୟୁନିଟ

ନୂଆପଡା,୩୦/୧:  ସାମ୍ବାଦିକଙ୍କ ସୁରକ୍ଷା ପାଇଁ ନୂଆପଡା ଓ ଖରିଆର ରୋଡରେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଆଜି ର ବୈଠକ ରେ ୧୭ ଜଣ ସାମ୍ବାଦିକ ଯୋଗ ଦେବା ସହ ଏହି ସଂଘ କୁ ନୂଆପଡା ପ୍ରେସ୍ ୟୁନିଟ ନାମରେ ନାମିତ କରାଯାଇଛି । ଜିଲ୍ଲା ତଥା ରାଜ୍ୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ କୁ ନଜରରେ ରଖି ସାମ୍ବାଦିକଙ୍କ ସୁରକ୍ଷା ଚିନ୍ତା, ଜିଲ୍ଲା ର ସମସ୍ତ ସମସ୍ୟାକୁ ଗୁରୁତ୍ୱ ଦେବା ସହ ତା’ର କି ଭଳି ସମାଧାନ ହୋଇ ପରିବ ସେ ଉପରେ ବିଶେଷ ଆଲୋଚନା ହୋଇ ଥିଲା । ସର୍ବ ସମତି କ୍ରମେ ବରିଷ୍ଠ ସାମ୍ବାଦିକ ଘନ ଶ୍ୟାମ ଭୋଇ ଙ୍କୁ ୟୁନିଟ ର ଆବାହକ ଭାବରେ ଦାଇତ୍ୱ ନ୍ୟସ୍ତ କରାଗଲା । ଆଗାମୀ ଦିନ ରେ ମାସ ର ପ୍ରଥମ ସପ୍ତାହ ର ଯେ କୌଣସି ଦିନ ଜିଲ୍ଲାର ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ସାଥିରେ ଆଲୋଚନା କରିବା ପାଇଁ ନିଷ୍ପତି ନିଆ ଗଲା।

ଏହି ବୈଠକରେ ଜିଲ୍ଲାର ଛପା ଓ ବିଦ୍ୟୁତିକ ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଗଜିନ ନିଆଳ, କମଲେସ ଜୈନ, ରା଼ମ୍ମୁ ଅଗ୍ରୱାଲ, ସୁଶାନ୍ତ କର, ଅଶ୍ୱିନୀ ପାଣିଗ୍ରାହୀ, ସୁରେନ୍ଦ୍ର ତିୱାରୀ, ଶିଶିର ଭୁୟାଁ, ରତନ କେତକୀ, ରାହୁଲ ଯାଦବ, ଦିପକ ମିଶ୍ର, ପୁରୋହିତ ସୁନାନୀ, ପୁଷ୍ପାଞ୍ଜଳି ଦେବାଙ୍ଗନ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.