ବର୍ଣ୍ଣି ଜଙ୍ଗଲରୁ ମୃତ ଦେହ ଠାବ (Visual News)

ସଇଁତଲା,୩୦/୧: ବଡ଼ମାଳ ଫପସି ବର୍ଣି ଜଙ୍ଗଲ ଠାରେ ଏକ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଗୋଏଲଭାଡି ଗାଁର ଜୟ ବିଶି ମାଝୀ । ସେ ତିନି ଦିନ ଧରି ନିଖୋଜ ହୋଇଥିବା ପରିବାରବର୍ଗ ବଡମାଲ ଫାଣ୍ଡି ଠାରେ ଅଭିଯୋଗ କରିଥିଲେ । ପ୍ରକେଶଯେ ଧରପଗଡ ଗ୍ରାମପଞ୍ଚାୟତ  ଗୋଏଳଭାଡି ଗ୍ରାମ ର ଜୟ ବିଶି ମାଝୀ (୩୫) ୨୬ ତାରିଖ କାମ କରିବାକୁ ଯାଇଥିଲେ ଆଉ ନ ଫିରିବାରୁ ଘର ଲୋକ ଛାନିଆ ହୋଇ ଆଖ ପାଖ ଅଞ୍ଚଳରେ ଖୋଜାଖୋଜି କରୁଥିଲେ ନ ପାଇ ଵାରୁ  ବଡ଼ମାଳ ଫାଣ୍ଡି ଠାରେ ଅଭିଯୋଗ କରିଥିଲେ  ଏବଂ ସନ୍ଧ୍ୟାରେ ଜୟ ବିଶି ମାଝୀଙ୍କ ଶବ ବର୍ଣ୍ଣି ଜଙ୍ଗଲ ଠାରେ ମିଳିଥିଲା । ଫାଣ୍ଡି ଅଧିକାରୀ ପ୍ରାଣବନ୍ଧୁ ସାହୁ ଏକ ଅପମୃତ୍ୟୁ ମାମଳା ରୁଜୁକରି ଶବକୁ ବ୍ୟବଚ୍ଛେଦ କରିବାକୁ ଟିଟିଲାଗଡ ପଠାଇଦେଇ ଅଧିକ ତଦନ୍ତ ଜାରିରଖିଛନ୍ତି ।

ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମହେନ୍ଦ୍ର କୁମାର ଠାକୁର କହିଛନ୍ତିଯେ ଆମ ଏ ପାଖ ପାଖ ଅଞ୍ଚଳରେ ଗୋଟାଏ ମାସ ଭିତରେ ବହୁତ ଗୁଳି ମାଡ଼ ମଧ୍ୟ ହୋଇଛି ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.