କବିତା ମହାନ୍ତିଙ୍କ କବିତା : ବାପୁଜୀ

ମାହେନ୍ଦ୍ରେ ମୁହୂର୍ତ୍ତେ ଜନନୀ ଜଠରୁ
ଛୁଇଁଲ ଭାରତ ମାଟି
ଆହିଂସାର ଜ୍ୟୋତି ପ୍ରଜ୍ଜ୍ୱଳିତ ହେଲା
ବିଶ୍ବେ ଦୀପ୍ତି ପ୍ରକଟି ।

ସାହେବ ସୁବେଶ ପରିତ୍ୟାଗ କଲ
ଦେଖି ଦୀନହୀନ ବାସ
ଲଙ୍ଗଳା ଫକିର ପରି ବୁଲୁ ଥିଲ
ଓଷ୍ଠରେ ଦରୋଟି ହସ ।

ସ୍ବଚ୍ଛ ପରିବେଶ ସୁସ୍ଥ ଜୀବନର
ଦେଖାଇଲା ନୂଆ ରାହା
କୁଷ୍ଠ ରୋଗୀ ସେବା ମାନବର ଧର୍ମ
ଜୀବନର ସତ୍ଯ ଯାହା ।

ଧର୍ମକୁ ନେଇ ରକ୍ତପାତର ଯଜ୍ଞ
ସନ୍ତାନର ପୂର୍ଣାହୂତି
ଅସହ୍ୟ ହୋଇଲା ଅନଶନେ ରହି
ଫେରାଇ ଆଣିଲ ଶାନ୍ତି ।

ତୁମ ପାଇଁ ବାପୁ ସାରା ଜଗତରେ
ମୋ’ଦେଶ ପାଉଛି ପୂଜା
ଶାନ୍ତି ମୈତ୍ରୀର ସୁବାସ ଛୁଟୁଛି
ଉଡୁଛି ତ୍ରିରଙ୍ଗା ଧ୍ବଜା ।

ହେ ମହାମାନବ ରାମ ରାଜ୍ୟର
ପିୟୁଷ ପରଷି ଥିଲ
ହିଂସାର ହଳାହଳ ର ଜ୍ବଳାରେ
ବିପଥିକ କଲବଲ ।

ବିର୍ଯ୍ୟବାନ ଜ୍ୟୋତି ସଦା ପ୍ରଜ୍ଜ୍ୱଳିତ
ଅହିଂସାର ଶିଖାଟେକି
ସରାବିଶ୍ବ ଆଜି କରେ ପ୍ରଣିପାତ
ଦିବ୍ଯ ବାଣୀରେ ମହକି ।

ଆତତାୟୀ ଗୁଳି ବକ୍ଷ ଭେଦ କଲା
ନିରବି ଗଲା ଶରୀର
ଜନ ସମୁଦ୍ରରେ ଭାସିଯାଉ ଥିଲା
ତୁମରସେ ଶବାଧାର ।

କୋଟିଏ ଚକ୍ଷୁର ଲୋତକରେ ହେଲା
ତୁମର ତିଳତର୍ପଣ
ପିତୃ ହରା ଆମେ ଏଇ ଦେଶବାସୀ
ସଦା ବିଧୁର ପରାଣ ।

ଘେନା ଶ୍ରଦ୍ଧାଂଜଳି ବାପୁଜୀ ମହାତ୍ମା
ଗାନ୍ଧୀ ହତ୍ୟାକରି ଆମେ
ଗାଉଥିବୁ ସଦା ତୁମ ଜୟଗାନ
ଧନ୍ୟ ବାପୁ ନମୋ ନମେ ।

କବିତା ମହାନ୍ତି

ପ୍ରଧାନ ଶିକ୍ଷୟିତ୍ରୀ ସାଇଲୋଝାରପଡା ଉପ୍ରାବିଦ୍ଯାଳୟ କଣ୍ଟାପଡା, କଟକ

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.