୯ବର୍ଷର ବିବାଦର ପୂର୍ଣଚ୍ଛେଦ: ଟ୍ରଷ୍ଟି ହାତକୁ ଗଲା ଶ୍ରୀ କୁନ୍ଦା ଦେବତାଙ୍କ ମନ୍ଦିର ଓ ଭୂସଂପତ୍ତି

କଳାହାଣ୍ଡି: ଦୀର୍ଘ ନଅ ବର୍ଷ ଧରି ବାଦବିବାଦ ପରେ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଶ୍ରୀ କୁନ୍ଦା ଦେବତାଙ୍କ ସମସ୍ତ ଭୂସଂପତ୍ତି ଓ ମନ୍ଦିର ଟ୍ରଷ୍ଟି ହାତକୁ ଯାଇଛି। ଫଳରେ ଦୁଇପକ୍ଷ ମଧ୍ୟରେ ଚାଲିଥିବା ଛକାପଞ୍ଝାର ଏକପ୍ରକାର ଅବସାନ ଘଟିଛି।

Omkar Vasthu
Omkar Vasthu


କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର ପୌରକେଲା ପଂଚାୟତର ତେରେକେଲା ଠାରେ ରହିଛି ଗୋଣ୍ଡ ସମାଜର କୁନ୍ଦା ଦେବତାଙ୍କ ମନ୍ଦିର। ଦେବତାଙ୍କ ନାମରେ ୭ ଏକର ୨୦ ଡେସିମିଲ ଭୂସଂପର୍ତି ମଧ୍ୟ ରହିଛି। ତେବେ ଏହି ସଂପତ୍ତିର ମାର୍ଫତଦାର ଥିଲେ ଉକ୍ତ ଗ୍ରାମର ଦେବସନ ଧରୁଆ ଓ ତାଙ୍କ ସଂପର୍କୀୟ। ତେବେ ଗତ ୨୦୧୨-୧୩ ମସିହାରେ ମନ୍ଦିର ତଥା ଭୂସଂପତ୍ତି ନେଇ ବିବାଦ ଉଠିଥିଲା। ଗୋଟିଏ ପଟରେ ମାର୍ଫତଦାର ଥିବା ଦେବସନଙ୍କ ପରିବାର ଥିବାବେଳେ ଅନ୍ୟପଟରେ ସମଗ୍ର ଗୋଣ୍ଡ ସମାଜ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ବିବାଦ ଥାନା, କୋର୍ଟ ଠାରୁ ଆରମ୍ଭ କରି ଦେବୋତ୍ତର ବିଭାଗ ପର୍ଯ୍ୟନ୍ତ ଯାଇଥିଲା। ହାଇକୋର୍ଟରେ ମଧ୍ୟ ମାମଲା ଚାଲିଥିଲା। ଶେଷରେ ଚୁଡାନ୍ତ ରାୟ ବାହାରିଥିଲା ଓ ଶ୍ରୀ କୁନ୍ଦା ଦେବତାଙ୍କ ମ୍ୟାନେଜିଙ୍ଗ ଟ୍ରଷ୍ଟି ସପକ୍ଷରେ ରାୟ ଯାଇଥିଲା। ଏଇ ଟ୍ରଷ୍ଟିକୁ ସମସ୍ତ ଦେବତା ସଂପତ୍ତି ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତହସିଲଦାର ବାସନ୍ତୀ ସେଠୀ, ମ.ରାମପୁର ଥାନାଧିକାରୀ ଜୟଦେବ ତାରିଣୀ, ରିଷିଡା ଫାଣ୍ଡିଧିକାରୀ କ୍ଷିରସିନ୍ଧୁ ମାଝୀ, କଳାହାଣ୍ଡି ଦେବୋତ୍ତର ଇନ୍ସପେକ୍ଟର ହେମନ୍ତ ଦାଶଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଦୁଇପକ୍ଷଙ୍କୁ ବୈଠକରେ ଡାକି ଆଲୋଚନା ଓ କୋର୍ଟ ନିର୍ଦ୍ଦେଶ ପ୍ରସଙ୍ଗ ଉଠାଇଥିଲେ। ତେବେ ପୂର୍ବରୁ ମାର୍ଫତଦାର ଥିବା ଦେବସନ ଧରୁଆ, ବାହାଦୂର ଧରୁଆ ପ୍ରମୁଖ ମନ୍ଦିରର ଚାବି ଦେବାକୁ ମନା କରିଥିଲେ। ପରେ ପ୍ରଶାସନ ପକ୍ଷରୁ ମନ୍ଦିରର ତାଲା ଭଙ୍ଗାଯାଇ ନୂତନ ତାଲା ଲଗାଯାଇଥିଲା। ମନ୍ଦିର ଭିତରେ ଥିବା ସମସ୍ତ ପୂଜା ସାମଗ୍ରୀ ଟ୍ରଷ୍ଟିଙ୍କୁ ହସ୍ତାନ୍ତର କରାଯାଇଥିଲା। ମନ୍ଦିର ଜମି ସୀମାରେ ମଧ୍ୟ ନାଲି ରଙ୍ଗର ଝଣ୍ଡା ପୋତାଯାଇଥିଲା।

ଜମିରୁ ମାର୍ଫତଦାର ଉଠିଗଲା ଓ ବର୍ତମାନଠୁ ଏହା ଟ୍ରଷ୍ଟି ଅଧିନରେ ରହିଲା। ଏନେଇ ଗୋଣ୍ଡ ସମାଜରେ ଖୁସିର ଲହରୀ ଖେଳିଛି। ଟ୍ରଷ୍ଟିର ସଦସ୍ୟ ଭାବେ ଶ୍ରୀକର ଧରୁୃଆ, ଜଗବନ୍ଧୁ ଧରୁଆ, ବୃଷଭ ଧରୁଆ, ନରେଶ କଅଁର କ୍ଷିରମଣି କଅଁର, ତହସିଲଦାର କର୍ଲାମୁଣ୍ଡା ଓ ରିଷିଡା ଫାଣ୍ଡିଧିକାରୀ ଅଛନ୍ତି। ଅନ୍ୟପକ୍ଷରେ ପ୍ରତିପକ୍ଷ ଦେବସନ ଧରୁଆ ଏହା ବିରୁଦ୍ଧରେ ଅଦାଲତର ଆଶ୍ରୟ ନେବୁ ବୋଲି କହିଛନ୍ତି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ଫୋର୍ସ, ମ.ରାମପୁର ଥାନା, ରିଷିଡା ଓ କର୍ଲାମୁଣ୍ଡା ଫାଣ୍ଡିର ପୁଲିସ କର୍ମଚାରୀ ମାନେ ମୃତୟନ ଥିଲେ ।ଅନ୍ୟମାନଙ୍କ ମଧ୍ୟରେ ରିଷିଡା ରାଜସ୍ୱ ନିରୀକ୍ଷକ ସସ୍ମିତା ରଣା, ପୌରକେଲା ସମିତିସଭ୍ୟ ସୀମାଂଚଳ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.