ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଭର୍ଚୁଆଲ ଯୁବ ପ୍ରତିଭା ମହାସମାବେଶ ଓ ଆଲୋଚନା ଚକ୍ର

ବାଲେଶ୍ବର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ଭର୍ଚୁଆଲ ଯୁବ ପ୍ରତିଭା ମହାସମାବେଶ, କବିତା ଆସର ଓ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ଏବଂ ମୁଖ୍ୟ ବକ୍ତା ସଞ୍ଜୟ କୁମାର ସାହୁ ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ନାଏକ ପ୍ରାରମ୍ଭିକ ଅଭିଭାଷଣ ଓ ସମ୍ପାଦିକା ପ୍ରଣତି ମହାପାତ୍ର ପ୍ରାରମ୍ଭିକ ମଙ୍ଗଳ ସଂଗୀତ ଗାନ କରିବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu


ମୁଖ୍ୟ ବକ୍ତା ତାଙ୍କ ଅଭିଭାଷଣରେ ସାହିତ୍ୟିକ ମାନେ ନିର୍ଭୀକ ଭାବରେ ସରଳ ବୋଧଗମ୍ୟ ସୃଷ୍ଟି ସୃଷ୍ଟି କରିବା ପାଇଁ ଆହ୍ଵାନ ଦେଇଥିବା ବେଳେ ମୁଖ୍ୟ ଅତିଥି ଯୁବପ୍ରତିଭା ମାନଙ୍କୁ ନିର୍ଭୀକ ସ୍ପଷ୍ଟବାଦୀ ହୋଇ ପୂର୍ବ ସୂରୀମାନଙ୍କୁ ପଢି ସରଳ ଭାବ ଭାଷା ତଥା ସମାଜ ସଚେତନତା ଭଳି ଲେଖା ଲେଖିବା ପାଇଁ ଆହ୍ଵାନ ଦେଇଥିଲେ। ଏଥିରେ ସୁସାହିତ୍ୟିକ ବିଶ୍ଵେଶ୍ଵର ମାଝୀ, ପ୍ରଶାନ୍ତ କୁମାର ହୋତା, ଜୁମରନାଥ ପାତ୍ର, ଯୁବପ୍ରତିଭା ତପନ କୁମାର ବିଶ୍ଵଳ, ନନ୍ଦିନୀ ରାଉତ ପ୍ରମୁଖ ନିଜର ଅଭିଭାଷଣ ପ୍ରଦାନ କରିଥିବାବେଳେ ନୂତନ ପିଢ଼ିର ସାହିତ୍ୟିକମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଉକ୍ତ ସାନ୍ଧ୍ୟ ଆସର ଆରମ୍ଭରେ ଭଞ୍ଜମାଟିର ଯୁବକବି ଶିବାନନ୍ଦ ବାରିକ, ଭୁବନେଶ୍ୱରର ବିଶ୍ଵେଶ୍ଵର ମାଝୀ, ପ୍ରଶାନ୍ତ କୁମାର ହୋତା, ରୀତା ଅପରାଜିତା ମହାନ୍ତି, ଯାଜପୁର ବିନୋଦିନୀ ଦାଶ, ବୈଦ୍ୟନାଥ ପଣ୍ଡା, ଗଞ୍ଜାମରୁ ଗଗନ କୁମାର ଦାସ, ଲୋକନାଥ ରେଡି, ବେଲପଡା ବଲାଙ୍ଗୀର ଜିଲ୍ଲାରୁ ନିରଞ୍ଜନ ବେହେରା, କଟକରୁ ସଞ୍ଜୟ ସାହୁ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ଵାଳ, ଅନୁଗୁଳରୁ ନନ୍ଦନୀ ରାଉତ, ପୁରୀରୁ ବୈଜୟନ୍ତୀ ସାହୁ, ବାଲେଶ୍ବରରୁ ସ୍ନିଗ୍ଧା ସାମନ୍ତରାୟ, ରାଜେନ୍ଦ୍ର କୁମାର ଗିରି, ବାସୁଦେବ ସାହୁ, ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ,

Udyog Nursery
Udyogi Nursery


ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ରାଜେଶ୍ଵରୀ ପଣ୍ଡା, ରଣଜିତ କୁମାର ପୃଷ୍ଟି,ମାଧୁରୀ ନନ୍ଦ, ସଂହିତା ଦାଶ, ପ୍ରଫୁଲ୍ଲ କୁମାର ଦାସ, ଗୀତା ପୁରୀ, ନବରଙ୍ଗପୁରରୁ ସାଗର ପରିଡ଼ା, ନଗେନ୍ଦ୍ର ରାଉତ, ଅନାମ ଚରଣ ସାହୁ, ନାଗପୁରରୁ ନିର୍ମଳ ନାୟକ, ଜଗତସିଂହପୁରରୁ ଗୀତା ଦାସ, ତେଲେଙ୍ଗାନାରୁ ଅରୁଣ କୁମାର ମହାପାତ୍ର, ପ୍ରମୁଖ କବି କବୟତ୍ରୀ ଏହି ଆଲୋଚନା ଓ କବିତା ପାଠୋତ୍ସବରେ ଅଂଶ ଗ୍ରହଣ କରିଥିଲେ। ସମ୍ପାଦିକା ପ୍ରଣତି ମହାପାତ୍ର ସଭା କାର୍ଯ୍ୟ ପରିଚାଳନା, ସଞ୍ଜୟ କୁମାର ସାହୁ ସଂଯୋଜନା ଏବଂ ଗୀତା ପୁରୀ ଶାନ୍ତିପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.