ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ ଆଚାର୍ଯ୍ୟଙ୍କ ପରଲୋକ

କଳାହାଣ୍ଡି(ହେମନ୍ତ ସାହୁ): ଅବସର ପ୍ରାପ୍ତଶିକ୍ଷକ ତଥା ବରିଷ୍ଠ ନାଗରିକ ଆନନ୍ଦ ଆଚାର୍ଯ୍ୟଙ୍କ ୯୫ବର୍ଷ ବୟସରେ ପରଲୋକ ହେଇଯାଇଛି । ସେ ଜଣେ ଆଦର୍ଶ ଶିକ୍ଷକ ସହିତ ଜଣେ କବି ମଧ୍ୟ ଥିଲେ । ଯୁଗଯାତ୍ରୀ ସାହିତ୍ୟ ସଂସଦର ଉପଦେଷ୍ଠା ଭାବରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ ପରାମର୍ଶ ପ୍ରଦାନ କରୁଥିଲେ ।

ତାଙ୍କରି ପୁତ୍ର ବରିଷ୍ଠ ଆଇନଜୀବୀ ସୁବାସଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ଅନ୍ୟମାନେ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ରହିଥିଲେ । ତାଙ୍କରି ଶେଷ ଦର୍ଶନ ପାଇଁ ତାଙ୍କ ଘରେ ଅନେକ ଲୋକଙ୍କ ସମାଗମ ହେଇଥିଲା । ମ.ରାମପୁର ଉତ୍ତେଇ ନଦୀ ଶ୍ମସାନରେ ତାଙ୍କରି ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.