ଯବାନଙ୍କ ସ୍ମୃତିରେ ଛାତ୍ର କଂଗ୍ରେସର କେଣ୍ଡେଲ୍ ରେଲି

କଳାହାଣ୍ଡି: ଜମ୍ମୁ ଓ କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସିଆରପିଏଫ ଯବାନଙ୍କ ସ୍ମୃତିରେ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଛାତ୍ର କଂଗ୍ରେସ ତରଫରୁ ଏକ କେଣ୍ଡେଲ୍ ରେଲି ଆୟୋଜିତ କରାଯାଇଥିଲା। ଏହି ରେଲି ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପୂର୍ବ ଛାତ୍ରବାସରୁ ବାହାରି ମାଣିକେଶ୍ବରୀ ଛକ ପର୍ଯ୍ୟନ୍ତ ଯାଇ କଲେଜ ଛକରେ ରହି ଦୁଇ ମିନିଟ ନିରବ ପ୍ରାର୍ଥନା କରି ରେଲିକୁ ଶେଷ କରାଯାଇଥିଲା। ଏଥିରେ ବେହେତର ଭାରତ ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ସୁଶାନ୍ତ କୁମାର ପ୍ରଧାନୀ, ଜଗଜ୍ଜୀବନ ଦୁରିଆ, ନିତେଶ ଜେନା, ପ୍ରତୀକ ଡାଙ୍ଗ, ସ୍ୱାଗତ ବିଶି, ଆର୍ୟନ୍ କୁମାର, ବିକାଶ ନାଏକ, ଚିନ୍ମୟ ମହାଉତି ପ୍ରମୁଖ ନେତୃତ୍ୱ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.