ପୁଲୱାମାରେ ସହିଦ ହୋଇ ଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନୂଆପଡାବାସୀ

ନୂଆପଡା,୧୬/୨: ଆଜି(ଶନିବାର) କିଛି ସମୟ ପୂର୍ବରୁ ନୂଆପଡାର ବଣିକ ସଙ୍ଘ, ବିଜେପି ତଥା ଅବାଳ ବୃଦ୍ଧ ବନିତା ପୁଲୱାମାରେ ହୋଇ ଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇ ଥିବା ୪୪ ରୁ ଉର୍ଦ୍ଧ ସି.ଆର.ପି.ଏଫ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଛନ୍ତି । ନୂଆପଡା ଏକତା ଛକ ଠାରେ ମହମବତୀ ଜାଳି ବଣିକ ସଂଘ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଥିଲା ବେଳେ ମହିଳା, ଛୋଟ ଛୋଟ ଶିଶୁ, କେତେକ ସାମାଜିକ କର୍ମୀ ଗାୟତ୍ରୀ ମନ୍ଦିର ଛକ ଠାରୁ ଏକ ମହମବତୀ ଶୋଭାଯାତ୍ରାରେ ନୂଆପଡା ନଗର ପରିକ୍ରମା କରି ଥିଲେ । ଗାୟତ୍ରୀ ମନ୍ଦିର ଛକ ଠାରେ ଏକ ସୈନିକଙ୍କ ପ୍ରତିକ ରଖି ଧୂପକାଠି ଓ ଫୁଲରେ ପୂଜା କରି ଚାରି ପାଖରେ ମହମବତୀ ଜାଳି ଥିଲେ ।

Omkar Vasthu
Omkar Vasthu

ବଣିକ ସଂଘ ସଭାପତି ସରୋଜ ସାହୁ ସମସ୍ତ ଦୋକାନୀ ଓ ସମାଜ ସେବୀ ରବି ମଙ୍ଗରାଜ, ସୁଧୀର ମିଶ୍ର, ଭାରତ ରାଉତ ପ୍ରମୁଖଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ନୂଆପଡା ବିଜେପି ପକ୍ଷରୁ ମଧ୍ୟ ଏକ ମହମବତୀ ଶୋଭାଯାତ୍ରା ପାର୍ଟି କାର୍ଯ୍ୟାଳୟରୁ ବାହାରି ଏକତା ଛକ ପର୍ଯ୍ୟନ୍ତ ଯାଇ ୨ମିନିଟ ର ମୌନ ରଖି ସହିଦ ହୋଇ ଥିବା ଯବାନ ଙ୍କ ଆତ୍ମା ର ସତଗତି କାମନା କରି ଥିଲେ । ବିଜେପି ର ଅଭିନନ୍ଦନ ପଣ୍ଡା, ମାନିଜର ଆର୍ଯ୍ୟ, ତୁଲାସ ପଟେଲ, ପାପ୍ପୁ ଠାକୁର, ମୁନ୍ନା ମହାପାତ୍ର, ଅଭିଷେକ ପଣ୍ଡା, ଗୋଲଡି ଅଗ୍ରୱାଲ ଓ ସରିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.