ଜୟ ହିନ୍ଦ୍ ଗାଅ ପୁଷ୍ଷ ବିଞ୍ଚି ଦିଅ
ଭାରତର ରାଜପଥେ
ସହୀଦର ମର ଶରୀର ଆସୁଛି
ତ୍ରିରଙ୍ଗା ଧରରେ ହାତେ ।
ମରଣକୁ ବୀର ବରଣ କରିଛି
ହସିହସି ଦେଶ ପାଇଁ
ଭାରତ ମାଟିରେ ଜନମ ସାର୍ଥକ
ବାରବାର ଜନ୍ମ ତୁହି ।
କୋଟି ଭାରତୀୟ ନୟନ ଲୋତକେ
ରକ୍ତ ଛିଟା ନ ଧୂଅଇ
ତାଜା ରକ୍ତ ଆଜି ଭାରତ ମାଟିକୁ
ଦେଇଛି ସିନା ଭିଜାଇ ।
ଏଇ ଦେଶ ପାଇଁ ବଳିଦାନ ଦେଇ
ହୋଇଲୁ ଚୀର ଅମର
ବୀର ସହୀଦ ହେ ତୋ ପାଦେ ପ୍ରଣାମ
ଶ୍ରଦ୍ଧାଂଜଳି ଘେନ ମୋର ।