କଳାହାଣ୍ଡି,୧୭/୨: ସାରା ଦେଶରେ ଖେଲିଯାଇଛି ଶୋକର ଛାୟା, ଦେଶ ମାତୃକାର ସେବା କରୁ କରୁ ସହିଦ ହୋଇ ସାରା ଦେଶବାସି ଙ୍କ ହୃଦୟରେ ଅମର ହୋଇ ରହିଗଲେ ଭାରତୀୟ ବୀର ଯବାନ। ଗତ ୧୪ ତାରିଖ ଦିନ ଜମ୍ମୁକାଶ୍ମୀର ର ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ ହୋଇଗଲେ । ସାରା ଦେଶରେ ଦିଆଯାଉଛି ସହିଦ ଯବାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଆଜି ଧର୍ମଗଡ ବ୍ଲକ ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳ ବେହେରା ଗ୍ରାମ ଠାରେ ପୁଲୱାମା ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ୪୪ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ମା ଦନ୍ତେଶରୀ ମନ୍ଦିର ଠାରୁ କେଣ୍ଡଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଲୋକେ ଗାଁ ପରିକ୍ରମା ସାରି ଦୁର୍ଗାମଣ୍ଡପ ଠାରେ ପହଞ୍ଚି ଏକସଭା ଅନୁଷ୍ଠିତ କରିଥିଲେ । ସହିଦ ହୋଇଥିବା ବୀର ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ଓ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ଏହି ଶୋଭାଯାତ୍ରାରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବଲରାମ ପୁଝାରୀ, ବେହେରା ସରପଞ୍ଚ ସୁଚିତ୍ରା ଗୋପାଳ, ବେହେରା କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିର୍ମଳ ନାଏକ, ଦଣ୍ଡପାଟ କାର୍ଯ୍ୟକର୍ତ୍ତା , ବୁଦ୍ଧିଜିବୀ ଓ ଗ୍ରାମ ର ମାନ୍ଯଗଣ୍ଯ ବ୍ଯକ୍ତି ଯୋଗ ଦେଇଥିଲେ ।