ନୂଆପଡା,୧୮/୨: ନୂଆପଡା ଯୁବକ ସଙ୍ଘ ତରଫରୁ ସ୍ଥାନୀୟ ତେଲିପଡା ଛକ ଠାରୁ ଏକ ମହମବତୀ ଶୋଭାଯାତ୍ରା ବାହାରି ପାକିସ୍ତାନ ମୁର୍ଦାବାଦ ନାରା ଦେଇ ଏକତା ଛକ ଠାରେ ପହଞ୍ଚି ଥିଲା । ସ୍ବର୍ଗତ ଘାସିରାମ ମାଝୀଙ୍କ ପ୍ରତି ମୂର୍ତ୍ତି ସମ୍ମୁଖରେ ମହମବତୀ ଜାଳି ୨ମିନିଟ ମୌନ ରହି ପୁଲୱାମାରେ ହୋଇ ଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇ ଥିବା ବୀର ଯବାନ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲ । ଆତଙ୍କବାଦୀ ଙ୍କ ଏହି ଉନ୍ମୁକ୍ତ କାଣ୍ଡକୁ କଡା ନିନ୍ଦା କରି ସହିଦ ହୋଇ ଥିବା ବୀର ଯବାନ ଙ୍କ ପରିବାର ଲୋକଙ୍କୁ ସମ୍ୱେଦନା ବାର୍ତା ଦେଇ ଥିଲେ ସଂଗଠନ ର ଆବାହକ ଆଭାସ ପାଢ଼ୀ ।
ଆବାହକ ଶ୍ରୀ ପାଢ଼ୀ ଙ୍କ ନେତୃତ୍ୱ ରେ ନୂଆପଡା ନଗର ର ପ୍ରତେକ ୱାର୍ଡ ରୁ ଯୁବକ ଏହି ଶୋଭାଯାତ୍ରା ରେ ସାମିଲ ହୋଇ ଥିଲେ । ନୂଆପଡା ଯୁବ ସଙ୍ଘ ତରଫରୁ ଆକାଶ ପାଢ଼ୀ, ବିଟୁ ପଣ୍ଡା, ରୋହିତ ସାହୁ, ହିତେଶ ସାହୁ, ବିଜୟ ନିଆଳ, ଅନୁଜ ପାଢ଼ୀ ତଥା ନୂଆପଡା ଯୁବକ ସଙ୍ଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in