କଳାହାଣ୍ଡି: ଜମ୍ମୁ କଶ୍ମୀରର ପୁଲୱାମାଠାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ଗ୍ରାମର ଜୟଲକ୍ଷ୍ମୀ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଏକ ଶୋକସଭାର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ମନୋଜ କୁମାର ଚନ୍ଦନ, ସଂପାଦକ ଚମ୍ପେଶ୍ବର ବାଗଙ୍କ ସମେତ ଚପ୍ରିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଦେବାର୍ଚ୍ଚନ କାଣ୍ଡ, ସମିତି ସଭ୍ଯ ହେମନ୍ତ କୁମାର ସାହୁ, ସମାଜସେବୀ ନରହରି ବାଗ, ପବିତ୍ର ବେହେରା, ଜୟଲକ୍ଷ୍ମୀ ସାଂସ୍କୃତିକ ଅନୁଷ୍ଠାନର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ଏକ କେଣ୍ଡେଲ ରେଲି କରିଥିଲେ। ବୀର ଯବାନମାନଙ୍କ ଆତ୍ମାର ସଦଗତି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଂଗେସଂଗେ ସମବେତ ନୀରବ ପ୍ରାର୍ଥନା କରାଯାଇଥିଲା।