ପୋଖରୀରେ ବୁଡି ୨ ସ୍କୁଲ ଛାତ୍ରଙ୍କ ମୃତ୍ୟୁ

ରାୟଗଡା,୧୯/୨: ଗାଧୋଇବାକୁ ଯାଇ ବନ୍ଧ (ପୋଖରୀ)ରେ ବୁଡି ୨ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ରାୟଗଡା ଜିଲ୍ଲାରେ । ମୃତକ ହେଲେ ଆରେଶ ହିମିରିକା(୭) ଓ ସୁନିଲ ହିମିରିକା(୭)। ଘଟଣାଟି ଘଟିଛି ଚାନ୍ଦିଲି ଥାନା ଅନ୍ତର୍ଗତ ମାଟିକୋଣା ଗ୍ରାମରେ । ଏ ନେଇ ମିଳିଥିବା ସୂଚନା ପ୍ରକାରେ ଗତକାଲି ଅପରାହ୍ନ ୪ଟା ପରେ ମାଟିକାେଣା ବିଦ୍ୟାଳୟରୁ ଘରକୁ ଫେରିଥିଲେ ଗ୍ରାମର କାମସେ ରାଓ ହିମିରିକାଙ୍କ ପୁଅ ଆରେଶ ହିମିରିକା ଓ ସୁରୁ ହିମିରିକାଙ୍କ ପୁଅ ସୁନୀଲ । ଦୁହେଁ ତୃତୀୟ ଶ୍ରେଣୀର ଛାତ୍ର ବାେଲି ଜଣାପଡିଛି । ଖେଳବାକୁ ଯାଉଛି କହି ଆଉ ଫେରି ନ ଥିଲେ ଆରେଶ ଓ ସୁନୀଲ । ସଂଧ୍ଯା ପର୍ଯ୍ୟନ୍ତ ଆଉ ଘରକୁ ପିଲାମାନେ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ତେବେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଖୋଜିଲା ପରେ ମଧ୍ୟ ୨ପିଲାଙ୍କୁ ପାଇ ନଥିଲେ । ଆଜି ଭୋର ସକାଳୁ ପୁଣି ଖୋଜାଖୋଜି ଆରମ୍ଭ କରାଯାଇଥିବା ବେଳେ ଗ୍ରାମ ଠାରୁ ମାତ୍ର ୨କିଲାେମିଟର ଦୂରରେ ଥିବା ବନ୍ଧ ତୁଠରେ ଆରେଶ ଓ ସୁନୀଲର ଡ୍ରେସ ପଡିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ପରେ ବନ୍ଧ ଭିତରୁ ଦୁହିଁଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଚାନ୍ଦିଲି ଥାନାରେ ଏକ ଅପମୃତ୍ଯୁ ରୁଜୁ କରାଯାଇଛି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.