କବିତା: ମୁଁ ପରା ତୁମ ଗୋପି

✒️ଜ୍ୟୋତ୍ସ୍ନା ରାଣୀ ଧଙ୍ଗଡାମାଝୀ

ମନ ଆକାଶର ନିଳିମାରେ ତୁମେ ସାତ ରଙ୍ଗି ଇନ୍ଦ୍ରଧନୁ ।
ତୁମ ବିରହରେ କେମିତି ବଞ୍ଚିବି ଭୁଲି ପାରୁ ନାହିଁ ମନୁ ।।

ବିରହ ବେଦନା କେତେ ଯେ ଗଭୀର ତୁମେ କି ପାରୁନ ମାପି ।
କେତେ ଆକୁଳରେ ଡାକୁଅଛି ମୁହିଁ, ମୁଁ ପରା ତୁମ ଗୋପି ।।

ତୁମ ପ୍ରୀତି ରଙ୍ଗ ଏତେ ଯେ ରଙ୍ଗିନ ଛାଡି ପାରୁ ନାହିଁ ସାଥି ।
ତୁମକୁ ଝୁରୁଛି ମୋ ମନ ମଇନା ସବୁ ଦିନ ସବୁ ରାତି ।।

ମଳୟ ପବନେ ଚହଲି ଉଠଇ ମୋର ମନ ବୃନ୍ଦାବନ ।
ଦୁଇ କାନେ ମୋର ଗୁଞ୍ଜରିତ ହୁଏ ତୁମ ପ୍ରୀତି ବଂଶୀ ସ୍ଵନ ।।

ମନ ଗୋପପୁର ମହକି ଉଠଇ ତୁମ ନାମ ସୁମରଣେ ।
କେଉଁଠି ଅଛହେ ମୋ କୃଷ୍ଣ କେଶବ ରାଧା ଖୋଜେ ସବୁ ସ୍ଥାନେ ।।

ଦେଖା ଦିଅ ଥରେ ଶ୍ରୀଧର ମାଧବ ଆଜି ଦୋଳ କାଲି ହୋଲି ।
ତୁମ ବିନା ମୋର ମନର ଝୁଲଣା, ପଡି ଅଛି ପରା ଖାଲି ।।

ଶିକ୍ଷୟତ୍ରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଣ୍ଡେଲ
ନର୍ଲା, କଳାହାଣ୍ଡି
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.