ଜୟପୁର ରଘୁନାଥ ମନ୍ଦିରରେ ଗ୍ୟାସ ଟାଙ୍କି ଫାଟି ନିଆଁ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ଜୟପୁର ରଘୁନାଥ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏଥିରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମେତ ଆଖପାଖକୁ ନିଆଁ ବ୍ୟାପିଥିଲା । ଫଳରେ ଗୁରତ୍ୱପୂର୍ଣ୍ଣ କାଗଜ ଓ ଅଳଙ୍କାର ପୋଡି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମନ୍ଦିର ଭିତରେ ପଶି ଅନେକ ଗ୍ୟାସ ସିଲିଣ୍ଡର ଉଦ୍ଧାର କରିବ ସହ ନିଆଁକୁ ଆୟତ୍ତ କରାଯାଇଥିଲା । ରୋଷେଇ କରିବା ପାଇଁ ଗ୍ୟାସ ସିଲିଣ୍ଡର ରଖାଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.