ଥିଏଟର୍ ପାଇଁ ଲିପ୍ସାରାଣୀ ବାରିକଙ୍କୁ ସିନିଅର୍ ସ୍କଲାର୍‌ସିପ୍

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଯୁବ ମଞ୍ଚ କଳାକାର ଲିପ୍ସାରାଣୀ ବାରିକ ଭାରତ ସରକାରଙ୍କ ସାଂସ୍କୃତିକ ସାଧନ ଓ ପ୍ରଶିକ୍ଷଣ କେନ୍ଦ୍ର ତରଫରୁ ୨୦୧୯-୨୦ ମସିହା ନିମନ୍ତେ ସିନିଅର୍ ସ୍କଲାର୍‌ସିପ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଓଡ଼ିଶାରୁ ଜଣେମାତ୍ର ଥିଏଟର୍ ଶିଳ୍ପୀ ଭାବେ ସେ ଏହି ସ୍କଲାର୍‌ସିପ୍ ପାଇବେ।

Omkar Vasthu
Omkar Vasthu

ଭବାନୀପାଟଣା କାଳୀମନ୍ଦିର ପଡ଼ା ନିବାସୀ ଲିପ୍ସା ପିଲାଟି ବେଳରୁ ନୃତ୍ୟ ଓ ଅଭିନୟରେ ରୁଚି ରଖିଥିବା ବେଳେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ତାଙ୍କର କଳା ପ୍ରଦର୍ଶନ କରି ପ୍ରଶଂସିତ ହୋଇସାରିଛନ୍ତି। ଏପର୍ଯ୍ୟନ୍ତ ସେ ୩୦ରୁ ଅଧିକ ନାଟକର ଅଭିନୟ କରିସାରିଛନ୍ତି। ସେହିଭଳି ଶାସ୍ତ୍ରୀୟ ଓ ଲୋକନୃତ୍ୟରେ ତାଙ୍କର ପାରିଦର୍ଶିତା ରହିଛି। ନାଟ୍ୟକାର ପରମେଶ୍ବର ମୁଣ୍ଡଙ୍କ ଅଧିନରେ ଥିଏଟର୍ ସେ କାମ କରିଆସୁଥିଲେ। ଥିଏଟର୍ ଉପରେ ଅଧିକ ଗବେଷଣା ପାଇଁ ସେ ସିନିଅର୍ ସ୍କଲାର୍‌ସିପ୍ ପାଇଥିବାରୁ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.