ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ଯୁବ ପାର୍ଲାମେଣ୍ଟ-୨୦୨୨

ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନକୁ ଶ୍ରେଷ୍ଠ ଯୁବ ଅନୁଷ୍ଠାନ ପୁରସ୍କାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ଯୁବ ପାର୍ଲାମେଣ୍ଟ-୨୦୨୨ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାଇସ ଚ୍ୟାନସେଲର ସଞ୍ଜୟ କୁମାର ଶତପଥି, ମୁଖ୍ୟ ବକ୍ତା ପ୍ରଫେସର ସତ୍ୟ ପଟ୍ଟନାୟକ, ମେଜର ଡ଼. ଜୟଦେବ ସାହୁ, ନେହରୁ ଯୁବକେନ୍ଦ୍ର କଳାହାଣ୍ଡିର ଯୁବ ଅଧିକାରୀ ପ୍ରସନ୍ନ ମେହେର, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଭାସିସ ସାହୁ, ରିସୋର୍ସ ପର୍ଶନ ହିସାବରେ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ କଲାହାଣ୍ଡି ପ୍ରତାପ ଚନ୍ଦ୍ର ଦାସ, ସିଇଓ କର୍ତ୍ତବ୍ୟ ଅଶୋକ ପଟ୍ଟନାୟକ, ଜାତୟ ସେବା ଯୋଜନା ସଂଯୋଜକ ଚିତ୍ତ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ସାବିତ୍ରୀ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଅନ୍ତର୍ଗତ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁକୁ ଜିଲ୍ଲାର ଶ୍ରେଷ୍ଠ ଯୁବ ଅନୁଷ୍ଠାନ-୨୦୨୨ ପୁରସ୍କାର ତଥା ୨୫୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି ଏବଂ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ବରିଷ୍ଠ ସଦସ୍ୟ ଜଗୁଲାଲ ଭୋଇ, ସମ୍ପାଦକ ମିଲନ କୁମାର ଭୋଇ ଉପ ସଭାପତି ସୁକଦେବ ସାହୁ, କୋଷାଧ୍ୟକ୍ଷ ସୌମ୍ୟ ରଞ୍ଜନ ସା, କ୍ଲବର ସଦସ୍ୟ ଅଶିମ ଭୋଇ, ସୁନନ୍ଦ ଭୋଇ, ପ୍ରତ୍ୟୁଷ କୁମାର ଭୋଇ, ସୌରଭ କୁମାର ଭୋଇ, ରଶ୍ମିରଞ୍ଜନ ସା, ସୌରଭ କୁମାର ଭୋଇ, ଅଭିନାଶ ବାଗ, ମୋହିତ ଭୋଇ, ସୌମ୍ୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.