ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: ରୁରାଲ ଏଣ୍ଡ ଅର୍ବାନ ଡେଭଲପମେଣ୍ଟ ଥ୍ରୋ ହୋଲିଷ୍ଟିକ ଆପ୍ରୋଚ (ସାରାଧା) ଟ୍ରଷ୍ଟ ତରଫରୁ ହୁମାନିଟି ଏବଂ ସାହିତ୍ୟ ଧାରାରେ ସକ୍ରିୟ ଯୋଗଦାନ ତଥା ପ୍ରେରଣାପଦ ସକାଶେ ଶିକ୍ଷକ ଡମ୍ବରୁଧର ବେହେରାଙ୍କୁ “ମଦର ଟେରେସା ଗ୍ଲୋବାଲ ପିସ ସମ୍ମାନ-୨୦୨୨” ପ୍ରଦାନ କରାଯାଇଛି । ଶ୍ରୀ ବେହେରା ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମ ବଡ଼ସାହିର ସ୍ବର୍ଗତ ଲକ୍ଷ୍ମନାରାୟଣ ବେହେରା ଓ ପାର୍ବତୀ ବେହେରାଙ୍କ ସୁପୁତ୍ର । ବର୍ତ୍ତମାନ ସେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନବୋଦୟ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଭାବେ କାର୍ଯ୍ୟରତ । ଏହି ଅବସରରେ ଶ୍ରୀ ବେହେରା ଏହି ସଂସ୍ଥାର ପ୍ରତିଷ୍ଠାତା ତଥା ପରିଚାଳକ ରଜନୀ ପଣ୍ଡା ଏବଂ ସଂଚାଳକ ତଥା ଅଧ୍ୟକ୍ଷ ଡକ୍ଟର. ସୁଧୀର ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ସମ୍ମାନଜନକ ପୁରସ୍କାର ପାଇଥିବାରୁ ତାଙ୍କ ଜନ୍ମଭୂମି ସୁରଳ ଏବଂ କର୍ମଭୂମି ପାରଳାଖେମୁଣ୍ଡି ଠାରେ ସାଙ୍ଗସାଥୀ, ସହକର୍ମୀ ତଥା ବନ୍ଧୁ ପରିଜନଙ୍କ ଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରକାଶ ଥାଉକି ଡମ୍ବରୁଧର ବେହେରା ଜବାହର ନବୋଦୟ ବିଦ୍ୟାଳୟ ଓଡ଼ିଆ ବିଭାଗର ଶିକ୍ଷକ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି ।