୪୭ କାେଟି ବ୍ୟୟ ଅଟକଳରେ ନିର୍ମାଣ ହେବ ନୂତନ ଜିଲ୍ଲା ଅଦାଲତ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଓ ଦୈାରାଜଜ୍ଙ୍କ ଅଦାଲତ ପରିସରରେ ନୂତନ ଅଦାଲତ ବିଲ୍ଡିଂ କଂପ୍ଳେକ୍ସର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତି ଡଃ. ଏସ.ମୂରଲୀଧର ମୁଖ୍ୟ ଅତିଥି ଭାବେ ଏବଂ ହାଇକୋର୍ଟ ବିଚାରପତି ଡଃ. ବି.ଆର.ଷଡଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ରାୟଗଡା ଜିଲ୍ଲା ଓ ଦୈାରାଜଜଙ୍କ ପରିସରରେ ନୂତନ ଅଦାଲତ ବିଲ୍ଡିଂ କଂପ୍ଳେକ୍ସର ଭିତିପ୍ରସ୍ତର ସ୍ଥାପନ କରିଥିଲେ ।
ସକାଳ ସାଢେ ଆଠଟା ସମୟରେ ମୁଖ୍ୟ ଅତିଥି ମୁଖ୍ୟ ବିଚାରପତି ଡଃ ଶ୍ରୀ ମୂରଳିଧୀର ଓ ସମ୍ମାନୀତ ଅତିଥି ବିଚାରପତି ଡଃ. ଶ୍ରୀ ଷଡଙ୍ଗୀଙ୍କୁ ସ୍ଥାନୀୟ ଶାରଳା ଛକ ଠାରୁ ଜିଲ୍ଳା ଓ ଦୈାରାଜଜ୍ଙ୍କ ଅଦାଲତ ପର୍ଯ୍ୟନ୍ତ ପାରମ୍ପରିକ ବାଦ୍ୟ, ନାଚଗୀତରେ ଓକିଲ ସଂଘ ପକ୍ଷରୁ ପାଛୋଟି ନିଆଯାଇଥିଲା । ଅଦାଲତ ପରିସରରେ ନୂତନ ଜିଲ୍ଳା ଅଦାଲତ ବିଲ୍ଡିଂ ନିର୍ମାଣ ନିମନ୍ତେ ପୂଜାର୍ଚ୍ଚନା ପରେ ମୁଖ୍ୟ ବିଚାରପତି ଡଃ. ଶ୍ରୀ ମୂରଳୀଧର ଓ ବିଚାରପତି ଡଃ. ଶ୍ରୀ ଷଡଙ୍ଗୀଙ୍କ କରକମଳରେ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ଦୀର୍ଘ ୮ବର୍ଷ ଧରି ନୂତନ ଜିଲ୍ଳା ଅଦାଲତ ବିଲ୍ଡିଂ ପାଇଁ ରାୟଗଡା ଓକିଲ ସଂଘ ଏବଂ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଆସୁଥିବା ବେଳେ ଦାବିକୁ ସମର୍ଥନ ଜଣାଇ ମାନ୍ୟବର ହାଇକୋର୍ଟ ରାୟଗଡାରେ ନୂତନ ଜିଲ୍ଳା ଅଦାଲତ ବିଲ୍ଡିଂ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲେ ।
୪୭କୋଟି ବ୍ୟୟ ଅଟକଳରେ ୫ମହଲା ବିଶିଷ୍ଠ ଅତ୍ୟାଧୁନିକ ଡିଜିଟାଲ ବ୍ୟବସ୍ଥା ସହ ଜଡିତ ସମସ୍ତ ପ୍ରକାର ଆଇନ ସମ୍ବନ୍ଧୀୟ ବ୍ୟବସ୍ଥା ମଧ୍ୟରେ ଆସନ୍ତା ୨ବର୍ଷ ମଧ୍ୟରେ ବିଲ୍ଡିଂ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଗୋଟିଏ ବିଲ୍ଡିଂରେ ରାୟଗଡାରେ ଥିବା ବିଭିନ୍ନ ଅଦାଲତଗୁଡିକ ରହିବାରୁ ଲୋକେ ମଧ୍ୟ ଉପକୃତ ହୋଇପାରିବେ ଏବଂ ନୂଆ କରି ଆସୁଥିବା ଓକିଲ ବନ୍ଧୁମାନେ ମଧ୍ୟ ଅନେକ ଆଇନ ସମ୍ବନ୍ଧୀୟ ଶିକ୍ଷା ଗ୍ରହଣ କରିପାରିବେ ଓ ସମସ୍ତେ ରାୟଗଡାରୁ ସିଧାସଳଖ ହାଇକୋର୍ଟର୍ ପର୍ଯ୍ୟନ୍ତ କେସ ଗୁଡିକ ଲଢିପାରିବେ ବୋଲି ରାୟଗଡା ଓକିଲ ସଂଘ ସଭାପତି ଭି.ଏସ.ରାଜୁ ପ୍ରକାଶ କରିଛନ୍ତି । ସେହିପରି କୋର୍ଟ ପରିସରରେ ନୂତନ ଜିଲ୍ଳା ଅଦାଲତ ଭିତିପ୍ରସ୍ତର ସ୍ଥାପନା କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ବିଚାରପତି ଡଃ.ମୂରଳୀଧର ଲୋକଙ୍କୁ ନ୍ୟାୟପାଳିକା ଉପରେ ରହିଥିବା ବିଶ୍ୱାସକୁ ଆହୁରି ସୁଦୃୃଢ କରିବା ପାଇଁ ଆଇନଜୀବୀମାନେ ମହକିଲଙ୍କ ସହ ସୁସଂପର୍କ ସ୍ଥାପନା ରଖିବା ଆବଶ୍ୟକ ଏଥିସହ ନୂତନ ଜିଲ୍ଳା ଅଦାଲତ ନିର୍ମାଣ ହେବା ପରେ କୋର୍ଟକୁ ଆସୁଥିବା ଗରୀବ ମହକିଲମାନେ ସିଧାସଳଖ ସୁବିଧା ପାଇପାରିବେ ଏବଂ ଆର୍ଥିକ ଦୃଷ୍ଟିରୁ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ବୋଲି ନିଜ ଅଭିଭାଷଣରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଓ ଦୈାରାଜଜ୍ ବିକ୍ରମକେଶରୀ ପଟ୍ଟନାୟକ, ଓକିଲ ସଂଘ ସଭାପତି ଭି.ଏସ.ରାଜୁ,ସଂପାଦକ ଜଗନ୍ନାଥ ଦୋରା ମଂଚାସୀନ ହୋଇଥିବା ବେଳେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ,ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଳାପାଳ ସରୋଜ କୁମାର ମିଶ୍ର, ଜିଲ୍ଳା ଏସ.ପି. ବିବେକାନନ୍ଦ ଶର୍ମାଙ୍କ ସମେତ ସମସ୍ତ ଆଇନଜୀବୀମାନେ ଉପସ୍ଥିତ ରହିଥିବା ବେଳେ ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ, ୨୦୧୫ ମସିହାରେ ରାୟଗଡା ଓକିଲ ସଂଘର ପୂର୍ବତନ ସଭାପତି ଆଇନଜୀବୀ ବିରଜା ପ୍ରସାଦ ପାତ୍ର ଓ ସଂପାଦକ ବିଶ୍ୱନାଥ ଗନ୍ତାୟତଙ୍କ ନେତୃତ୍ୱରେ ଓକିଲ ସଂଘର ସଂଖ୍ୟାଧିକ ସଭ୍ୟମାନେ ରାୟଗଡା ଜିଲ୍ଳା ଅଦାଲତ ପରିସରରେ ନୂତନ ଜିଲ୍ଳା ଅଦାଲତ କୋଠା ନିର୍ମାଣ ପାଇଁ ଦାବି କରିଆସୁଥିଲେ । ଦୀର୍ଘ ୮ବର୍ଷ ପରେ ଏହି ଦାବି ପୂରଣ ହେବା ସହ ଭିତିପ୍ରସ୍ତର ସ୍ଥାପନା ହୋଇଥିବାରୁ ରାୟଗଡା ଓକିଲ ସଂଘର ସମସ୍ତ ଆଇନଜୀବୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା ।