ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଚିଆଁପଦର ଠାରେ ଚାଲିଥିବା ଏଏମସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଜାପିତ ହୋଇଯାଇଛି । ଅଳେଖ ମହିମା କ୍ରିକେଟ କମିଟି ଚିଆଁପଦର ଦ୍ବାରା ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ବିଶିଷ୍ଟ ଅତିଥି ଭାବେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶୁଶ୍ରୀ ରିନା ଭୋଇ, ସମାଜସେବୀ ହିରୋ ମହଲା, ସରିଆଁର ପୂର୍ବତନ ନାଏବ ସରପଞ୍ଚ ପ୍ରଦୀପ କୁମାର ଛତ୍ରିଆ, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ଭୋଇ, ସରିଆଁ ନାଏବ ସରପଞ୍ଚଙ୍କ ପ୍ରତିନିଧି ଦିଲଦେଓ ହର୍ଡା, ଯୁବ ନେତୃତ୍ବ ଟଙ୍କଧର ଛତ୍ରିଆ ପ୍ରମୁଖ ଉପସ୍ଥିତ ରହି କ୍ରିଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ସରିଆଁ ସରପଞ୍ଚ ଶ୍ରୀଯୁକ୍ତ ଛତ୍ରିଆ ଉତ୍ତମ ଜୀବନଧାରଣ ପାଇଁ କ୍ରିଡାର ଉପକାରିତା ସମ୍ପର୍କରେ ବିଷଦ ଭାବରେ ଆଲୋକପାତ କରିବା ସହ ଦୀର୍ଘ ୧୫ ବର୍ଷ ଧରି ଚାଲି ଆସିଥିବା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ କମିଟିକୁ ସାଧୁବାଦ ଜଣାଇଥିଲେ । ଆଜି ତିନୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ କାଣ୍ଡେଲ ଓ ସର୍ଗିଗୁଡା ମଧ୍ୟରେ ଫାଇନାଲ ମ୍ୟାଚ ଆୟୋଜିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସର୍ଗିଗୁଡା ଦଳ କାଣ୍ଡେଲକୁ ହରାଇ ଚମ୍ପିଅନ ହୋଇଥିଲା । ଗତ ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଆଜି (୨୧ ମାର୍ଚ୍ଚ) ଶେଷ ହୋଇଛି । ଏଥିରେ ୧୬ଟି ଟିମ୍ ଭାଗ ନେଇଥିଲେ । ଅତିଥିମାନେ ଚମ୍ପିଅନ ସର୍ଗିଗୁଡା ଟିମକୁ ୧୧୧୧୧ ଟଙ୍କା ସହ କପ୍ ଓ ରନର୍ସ ଅପ କାଣ୍ଡେଲ ଦଳକୁ ୭୭୭୭ ଟଙ୍କା ସହ କପ୍ ପ୍ରଦାନ କରିଥିଲେ । କରୋନା ପ୍ରକୋପ କମିଥିବାରୁ ଖେଳ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିବା ଦେଖାଯାଇଛି ।