ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ବାରବନ୍ଧା ପଂଚାୟତର ବେଲଗାଁ ଓ ବମକ ସ୍ମାର୍ଟ ହାଇସ୍କୁଲ ବ୍ଲକ ଅଧକ୍ଷା ମନ୍ଦାକିନୀ ସିଂଦେଓ ପରିଦର୍ଶନ କରିଥିଲେ ଓ ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକ ମାନଙ୍କ ସହ କେମିତି ତୁରନ୍ତ ସ୍କୁଲର କାମ ସରିବ ସେନେଇ ଆଲୋଚନା କରିଥିଲେ । ପରିଦର୍ଶନ ସମୟରେ ସମାଜସେବୀ ବିକାଶ ରଞ୍ଜନ ସିଂହଦେଓ, ସଂଯୁକ୍ତା ପୁରୋହିତ, ସ୍କୁଲ ପରିଚାଳନା କମିଟୀ ସଭାପତି ଟିକେଶ୍ୱର ସାହୁ ଓ ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଭୋଇ ଉପସ୍ଥିତ ଥିବା ବେଳେ ବମକ ପଞ୍ଚାୟତରେ ସରପଞ୍ଚ ରୋମାଞ୍ଚ ସାହୁ (ରାଷ୍ଟ୍ର), ସମିତି ସଭ୍ୟା ସଙ୍ଗୀତା ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।