ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ସାକ୍ଷରତା ମିଶନ ପକ୍ଷରୁ ଆରମ୍ଭ ହୋଇଥିବା ଶିକ୍ଷାରଥ ବ୍ଲକ ଶିକ୍ଷା କାର୍ଯ୍ୟାଳୟରୁ ବାହାରି ଚମ୍ପାଦେଇପୁର ଗାଁରେ ପହଞ୍ଚିବା ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ ଜେନା, ସରପଞ୍ଚ ନରେନ୍ଦ୍ର ମାଝୀ, ସିଆରସିସି ସୌଭାଗ୍ୟ ସାହୁ ସ୍ୱାଗତ କରିଥିଲେ। ପରେପରେ ଯୋଡାବନ୍ଧ ଗାଁରେ ପ୍ରଧାନଶିକ୍ଷୟତ୍ରୀ ତିଳୋତ୍ତମା ଦଲେଇ, ଶିକ୍ଷକ ସତ୍ୟବ୍ରତ ବେହେରା, ସୁନୀଲ ପ୍ରଧାନ, ରିଙ୍କୁ ପ୍ରଧାନୀ ପମୁଖ ରଥକୁ ସ୍ୱାଗତ କରିଥିଲେ। ଏହାପରେ ଶିକ୍ଷାରଥ ନିଆଳି, ଗୋପୀନାଥପୁର, ଚନ୍ଦନପୁର, ଗୋଲାଙ୍ଗବନ୍ଧ, ସୀତାପୁର ସମେତ ସମସ୍ତ ଗାଁରେ ସ୍ଵେଚ୍ଛାସେବୀ ଶିକ୍ଷକମାନଙ୍କ ଉପସ୍ଥିତିରେ ରଥ ଗଡିଥିଲା। ଶିକ୍ଷକ ଜଗନ୍ନାଥ ହରିଜନ, ପୁରନ୍ଦର ପ୍ରଧାନ, ରତିକାନ୍ତ ସେଠୀ, ଚନ୍ଦନ ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।