ମ.ରାମପୁର ଓକିଲ ସଂଘରେ ସଭାପତି, ସମ୍ପାଦକ ନିଦ୍ୱର୍ନ୍ଦରେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଓକିଲ ସଂଘ ନିର୍ବାଚନ ଶେଷ ହୋଇଯାଇଛି । ଏଥିରେ ସଭାପତି ଭାବେ ଜୟ କୁମାର ସିଂହଦେଓ, ଉପ-ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସମ୍ପାଦକ ଭାବେ ଯତିନ୍ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ଠାକୁର ଚରଣ ସାହୁ, ଯୁଗ୍ମ ସମ୍ପାଦକ ଭାବେ ଆଶିଷ କୁମାର ମିଶ୍ର, ଉପ-ସମ୍ପାଦକ ଭାବେ ସନାତନ ପଣ୍ଡା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତିି । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବରେ ପ୍ରକାଶ ପଣ୍ଡା, ବିରଂଚି ନାରାୟଣ ଶତପଥି, ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଅଶ୍ୱିନି କୁମାର ପଣ୍ଡା, ସତ୍ୟଜିତ୍ ଚାଟାର୍ଜୀ ମନୋନିତ ହୋଇଛନ୍ତି । ଜୟ କୁମାର ସିଂହଦେଓ ପୂର୍ବରୁ ତିନିଥର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ଥର ମଧ୍ୟ ସେ ଚତୁର୍ଥ ଥର ସେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେହିପରି ଯତିନ ସାହୁ ମଧ୍ୟ ତୃତୀୟ ଥର ପାଇଁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ଆଇନଜିବୀ ଜିତେଶ ମହାପାତ୍ର, ଶୁଭେନ୍ ପଟ୍ଟନାୟକ, ସଞ୍ଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.