କୋରାପୁଟ ଏନଏସିରେ ପୌରାଧ୍ୟକ୍ଷ ଆସନ ହାତେଇଲା ବିଜେଡି

• ପୌରାଧ୍ୟକ୍ଷ ହେଲେ ଲଲାଟ ରଞ୍ଜନ ସେଠୀ 

• ଖାତା ଖୋଲି ପାରିଲା ନାହିଁ ଭାଜପା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଏନଏସିରେ ବିଜେଡି ପୌରାଧ୍ୟକ୍ଷ ଆସନ ହାତେଇଛି। ବିଜେଡିର ଲଲାଟ ରଞ୍ଜନ ସେଠୀ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଲଲାଟ କଂଗ୍ରେସର ଦେବାନନ୍ଦ ବେହେରାଙ୍କୁ ୬୩୭୯ ଭୋଟରେ ପରାସ୍ତ କରିଛନ୍ତି । ଲଲାଟଙ୍କୁ ୧୨ ହଜାର ୯୩୦ ଭୋଟ ମିଳିଥିବା ବେଳେ, କଂଗ୍ରେସର ଦେବାନନ୍ଦଙ୍କୁ ୬୫୫୧ ଭୋଟ ପାଇଛନ୍ତି । ଭାଜପାର ସଞ୍ଜୀବ କୁମାରଙ୍କୁ ୨୨୮୨ ଭୋଟ, ସ୍ବାଧୀନ ପ୍ରାର୍ଥୀ ଭୁଷିତ ବିକହିକାଙ୍କୁ ୫୫୩ ଭୋଟ ମିଳିଥିବାବେଳେ ନୋଟାରେ ୪୪୧ ଭୋଟ କରିଛନ୍ତି । ସେହିପରି କୋରାପୁଟ ମ୍ୟୁନିସିପାଲଟିର ଥିବା ୨୧ଟି ୱାର୍ଡ ମଧ୍ୟରୁ ବିଜେଡିକୁ ୧୬, କଂଗ୍ରେସକୁ ୨ ଓ ସ୍ବାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଥିବା ଜଣାପଡ଼ିଛି । ଅପରପକ୍ଷେ ପୌର ନିର୍ବାଚନରେ କୋରାପୁଟ ମ୍ୟୁନିସିପାଲଟିର ଭାଜପା ଖାତା ଖୋଲିପାରିନାହିଁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.