କାର୍ଯ୍ୟରତ ସାମ୍ବାଦିକଙ୍କୁ ଜୀବନରୁ ମାରିବାକୁ ଧମକ: କୋକସରା ବିଡ଼ିଓଙ୍କ ସ୍ୱାମୀ ନାଁରେ ଥାନାରେ ଅଭିଯୋଗ କଲେ ସମ୍ବାଦିକ ସମୁହ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବିଡ଼ିଓ ମନୀଷା ଦାସଙ୍କ ସ୍ୱାମୀ ବଳରାମ ବଗର୍ତ୍ତି କୋକସରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ସମୁହଙ୍କୁ ଧମକ ପୂର୍ଣ ଗାଳିଗୁଲଜ ଓ ଜୀବନରୁ ମାରିବା ଧମକ ସମ୍ପର୍କରେ ଶନିବାର କୋକସରା ଥାନାରେ ଅଭିଯୋଗ କରିଛନ୍ତି ସାମ୍ବାଦିକ ସମୁହ । ସୂଚନା ମତେ, ଗତ କିଛିଦିନ ତଳେ କୋକସରା ବ୍ଲକ ପ୍ରଶାସନର ଅବହେଳାକୁ ନେଇ ଦୈନିକ ଖବର କାଗଜ ସମେତ କିଛି ୱେବ ପୋର୍ଟାଲରେ ଖବର ପ୍ରକାଶିତ ହୋଇଥିଲା । ଯେଉଁ ଖବରକୁ ନେଇ କୋକସରା ବିଡିଓ ମନୀଷା ଦାସଙ୍କ ଇଙ୍ଗିତରେ ତାଙ୍କ ସ୍ୱାମୀ ବଳରାମ ବଗର୍ତ୍ତି ପ୍ରତିକ୍ରିୟାଶିଳ ହୋଇ କୋକସରା ବ୍ଲକର ଛାପା ଗଣମାଧ୍ୟମ, ସାମ୍ବାଦିକ ଦୁଷ୍ମନ୍ତ ପାଟ୍ଟଯୋଶୀଙ୍କୁ ଫୋନରେ ଅତି ଅଶାଳୀନ ଭାଷାରେ ବ୍ଲକର ସାମ୍ବାଦିକ ସମୁହଙ୍କୁ କଦର୍ଯ୍ୟ ଭାଷା ବ୍ୟବହାର କରି ବଲାଙ୍ଗୀରରୁ ଗୁଣ୍ଡା ଲଗାଇ ଜୀବନରେ ମାରିବାକୁ ଧମକ ଦେଇ କାହାକୁ ଛାଡ଼ିବି ନାହିଁ ବୋଲି କହିଛି । ଏବଂ ମୋର ହାତ କେତେ ଲମ୍ବା ରହିଛି କୌଣସି ମନ୍ତ୍ରୀ କିମ୍ବା ଏସ୍‌ପି ଥାନା ଅଧିକାରୀ ମୋର କିଛି କରିପାରିବେ ନାହିଁ, ଏମିତିକି ଏସ୍‌ପି କି ଆଇ.ଆଇ.ସି. ଙ୍କୁ ନେଇ ମଧ୍ୟ ଅଶ୍ଳୀଳ ଭାଷା ପ୍ରୟୋଗ କରି କହିଥିବା ନେଇ କହିଥିବା ଅଡିଓରେ ରହିଛି । ଜଣେ ଶୃଙ୍ଖଳିତ ଗଣମାଧ୍ୟମ ପ୍ରତିନିଧି ହିସାବରେ ଅନିୟମିତତାକୁ ନେଇ ଖବର ଲେଖିବା ଜଣେ କର୍ତ୍ତବ୍ୟରତ ସାମ୍ବାଦିକର କାମ । ତେବେ ଖବରକାଗଜରେ ସତ୍ୟାସତ୍ୟ ଘଟଣା ପ୍ରକାଶିତ ପରେ କାହିଁକି ସାମ୍ବାଦିକଙ୍କ ଉପରେ ରାଗ ସୁଝାଉଛନ୍ତି ବିଡ଼ିଓଙ୍କ ସ୍ୱାମୀ ?? ପ୍ରକାଶ ଥାଉ କି ଖବର ପ୍ରକାଶିତ ପୂର୍ବରୁ ସାମ୍ବାଦିକ ମାନେ କୋକସରା ବିଡ଼ିଓ ମନୀଷା ଦାସଙ୍କ ପ୍ରତିକ୍ରିୟା ନେବାକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ରଖି ନଥିଲେ । ଏହି ଘଟଣାରେ ବିଡିଓ ମହାଶୟା ନିଜେ ପ୍ରତିକ୍ରିୟା ନ ରଖି ନିଜର ଗୁଣ୍ଡା ସ୍ୱାମୀଙ୍କୁ ଲଗାଇ ସାମ୍ବାଦିକ ସମୁହଙ୍କୁ ପରୋକ୍ଷ ଭାବେ ଧମକ ଦେଇଥିବା ଅଭିଯୋଗ କରାଯାଇଛି । ଅନ୍ୟପଟେ ବିଡ଼ିଓଙ୍କ ସ୍ୱାମୀ ବଳରାମ ବଗର୍ତ୍ତି ନିଜ ପତ୍ନୀଙ୍କ ଆଢୁଆଳରେ ରହି ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ମଧ୍ୟ ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ ପୂର୍ବରୁ ରହିଛି । ଶନିବାର ଏ ନେଇ କୋକସରା ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ସମୁହଙ୍କ ପକ୍ଷରୁ ଘଟଣାର ନିରପେକ୍ଷ ସତ୍ୟାସତ୍ୟ ତଦନ୍ତ କରିବା ସହ ସାମ୍ବାଦିକଙ୍କୁ ଧମକ ଦେଇଥିବା ବଳରାମ ବଗର୍ତ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୋକସରା ଥାନାରେ ଏକ ଅଭିଯୋଗ କରାଯାଇଛି । ଯଦି ପୋଲିସ ପ୍ରଶାସନ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତା ହେଲେ ଆଗାମୀ ଦିନରେ କୋକସରା ସାମ୍ବାଦିକ ସମୁହଙ୍କ ପକ୍ଷରୁ ଥାନା ଆଗରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଘଟଣା କୁ ନେଇ କୋକସରା ଥାନାରେ ସାମ୍ବାଦିକ ଭଦ୍ରାଞ୍ଚଳ ନାଏକ, ଶରତ ଚନ୍ଦ୍ର ରାଉତ, ଦୁଷ୍ମନ୍ତ ପାଟ୍ଟଯୋଶୀ, ସନତ କୁମାର ପ୍ରଧାନୀ, ବିନୋଦ ପଟେଲ, ଜଗଦୀଶ ନାଏକ, ହିରଣ୍ୟ ବେହେରା, କିଶନ କୁମାର ପଟ୍ଟନାୟକ, ଯୋଗୀନ୍ଦ୍ର ବାରିକ, ସନ୍ତୋଷ ନାଏକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ମଧ୍ୟ ନିନ୍ଦା କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.