ମୁହଁରେ ହସ ମନରେ ବେଦନା
କହି ଯେ ପାରୁନି ଆଜି
ଆକାଶରୁ ଆଜି ଜହ୍ନ ଲୁଚିଛି
ଦୁଖୀ ଦରଦୀ ସାଜି ।
ଖୋଲା ଆକାଶେ ମନ ଉଡୁଥିଲା
ପାଗଳ ପ୍ରେମିକ ସାଜି
ଆକାଶ ଟା କାଇଁ ଖାଲି ଲାଗୁଛି
ନିଦ ମୋ ଯାଇଛି ହଜି ।
ତୋ ପାଇଁ ପ୍ରେମିକ ସାଜି ପାରିଲିନି ସିନା
ଆଖି ମୋ ତୋତେ ଖୋଜୁଛି
ସ୍ବପ୍ନରେ ଆସି ନିଦକୁ ଭାଙ୍ଗୁଛୁ
ହୃଦୟ ତୋ ପାଇଁ କାନ୍ଦୁଛି ।
ଆଉ ଦୁଃଖ ତୁ ଦେ ନି ଲୋ ଧନ
ହୃଦୟ ଆଉ ସହି ପାରୁନି
ପ୍ରେମ ନା ରେ ଥିଲୁ କଳଙ୍କ
ହୃଦୟ ବୁଝି ପାରୁନି ।।