କେସିଙ୍ଗା ଏନ୍ଏସିର ନୂତନ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଦାୟିତ୍ଵ ଗ୍ରହଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ନବନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବ ଆଜି ଏନ୍ଏସି କାର୍ଯ୍ୟାଳୟକୁ ଆସି ନବ ନିର୍ବାଚିତ କାଉନସିଲର ମାନଙ୍କ ଉପସ୍ଥିତିରେ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି । ନବ ନିର୍ବାଚିତ ଅଧ୍ୟକ୍ଷ ଶ୍ରୀ ଯାଦବ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ କେସିଙ୍ଗା ଏନ୍ଏସିର ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ନେତୃତ୍ବରେ ଏନ୍ଏସିର ସମସ୍ତ କର୍ମଚାରୀ ନବ ନିର୍ବାଚିତ ଅଧ୍ୟକ୍ଷଙ୍କୁ ପ୍ରଥମେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ଶ୍ରୀ ଯାଦବଙ୍କୁ ପାଛୋଟି ନେଇଥିଲେ । ପରେ ବିଜେଡି ଦଳର ଅନେକ କାର୍ଯ୍ୟକର୍ତ୍ତାଙ୍କ ସହିତ ବିଭିନ୍ନ ସଂଗଠନ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ନବ ନିର୍ବାଚିତ ଅଧ୍ୟକ୍ଷ ଶ୍ରୀ ଯାଦବଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ । ଏହି ଅବସରରେ ଏନ୍ଏସିର ସଦଭାବନା ସଭାଗୃହ ଠାରେ ବିଜେଡ଼ି ନଗର ସଭାପତି ରମେଶ ପଟ୍ଟନାୟକଙ୍କ ତତ୍ବାବଧାନରେ ଏକ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଅତିଥି ଭାବେ ଯୋଗଦାନ କରିଥିବା ବେଳେ ନବ ନିର୍ବାଚିତ ୧୨ ଜଣ କାଉନସିଲର ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟ ମାନଙ୍କକ ମଧ୍ୟରେ କେସିଙ୍ଗାର ସଚେତନ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ପୂର୍ବତନ ନଗରପାଳ, ପୂର୍ବତନ କାଉନସିଲର, ଆଇନଜୀବିଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଏନ୍ଏସିର ନବ ନିର୍ବାଚିତ ଅଧ୍ୟକ୍ଷ ଶ୍ରୀ ଯାଦବଙ୍କୁ ସ୍ବାଗତ କରିବା ସହ କେସିଙ୍ଗା ସହରର ବିଭିନ୍ନ ସମସ୍ୟାକୁ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତାହାର ସମାଧାନ କରିବା ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତ କାଉନସିଲର ଏବଂ ଅଧ୍ୟକ୍ଷ ଏକଜୁଟ ହୋଇ କାମ କରି କେସିଙ୍ଗା ସହରକୁ ଏକ ଆଦର୍ଶ ସହର ଭାବରେ ଗଠନ କରିବାକୁ ସହରବାସୀ ଆଶା ରଖିଛନ୍ତି । ତେବେ କେସିଙ୍ଗା ସହରକୁ ରାଜ୍ୟର ଏକ ଆଦର୍ଶ ସହର ଭାବରେ ଗଢିତୋଳିବା ଲକ୍ଷ୍ୟ ରହିଛି ବୋଲି ନବ ନିର୍ବାଚିତ ଅଧ୍ୟକ୍ଷ ଶ୍ରୀ ଯାଦବ ପ୍ରତିଶ୍ରୁତି ଦେଇଥିବା ବେଳେ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.