ଜାତିସଂଘ ମୁଖ୍ୟ ଗୁଟେରେସ୍‌ ଏବଂ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କ ୱାନ୍‌ ଟୁ ୱାନ୍‌ ଆଲୋଚାନା

ଓଡ଼ିଆ ବାର୍ତ୍ତା/ ୱାସିଂଟନ୍‌: ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‌ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୱାନ୍‌ ଟୁ ୱାନ୍‌ ଆଲୋଚାନା କରିଛନ୍ତି । ସେହି ଆଲୋଚନା ବୈଠକରେ ଅନ୍ୟ କୌଣସି ଅଧିକାରୀ ଉପସ୍ଥିତ ନଥିଲେ । ପ୍ରାୟ ୨ ଘଣ୍ଟା ଧରି ପୁଟିନ ଏବଂ ଗୁଟେରେସ୍‌ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଜାତିସଂଘ ଏବଂ ଅନ୍ତର୍ଜାତୀୟ ରେଡ୍‌ କ୍ରସ୍‌ କମିଟି ମାରିଓପୋଲ୍‌ ଆଜବଷ୍ଟଲ ଷ୍ଟିଲ୍‌ ପ୍ଲାଣ୍ଟରୁ ଉଦ୍ଧାର କାର୍ଯ୍ୟ କରିବା ପାଇଁ ପୁଟିନ୍‌ ରାଜି ହୋଇଛନ୍ତି । ନାଗରିକଙ୍କ ଉଦ୍ଧାର ଏବଂ ମାନବୀୟ ସହଯୋଗ ପାଇଁ ବିଭିନ୍ନ ପ୍ରସ୍ତାବ ସଂକ୍ରାନ୍ତରେ ପୁଟିନ ଏବଂ ଜାତିସଂଘ ମୁଖ୍ୟ ବିସ୍ତୃତ ଆଲୋଚନା କରିଥିବା ସୂଚନା ମିଳିଛି । ମାରିଓପୋଲ୍‌ ସହରରୁ ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବସ୍ଥା କରିବାକୁ ଉଭୟ ଜାତିସଂଘ ମୁଖ୍ୟ ଏବଂ ପୁଟିନ୍‌ ରାଜି ଅଛନ୍ତି ବୋଲି ଜାତିସଂଘ ମୁଖପାତ୍ର ଷ୍ଟିଫେନ୍‌ ଡୁଜାରିକ୍‌ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.