ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତରେ ଫସଲ ବୀମା ପାଠଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ସଦର ବ୍ଲକ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ପରିସରରେ କମନ ସର୍ଭିସ ସେଣ୍ଟର ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଷୟରେ ଫସଲ ବୀମା ପାଠଶାଳା ଅନୁଷ୍ଠିତ ହୋଇଯାଇଛି । କମନ ସର୍ଭିସ ସେଣ୍ଟର ଜିଲ୍ଲା ମ୍ୟାନେଜର ସୁରଥ ସାହୁ ଉପସ୍ଥିତ ରହି ଉପସ୍ଥିତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଏଆଇସି କୋଡ଼ିନେଟର ଦେବାଶିଷ ପାତ୍ର, ଲକ୍ଷ୍ମୀପୁର ସରପଞ୍ଚ ରମେଶ ନାଏକ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଫସଲ ବୀମା ର କାର୍ଯ୍ୟ ଓ ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ଲକ୍ଷ୍ମୀପୁର ଗ୍ରାମ ସିଏସସି ଭିଏଲଇ ପ୍ରଦୀପ କୁମାର ସାହୁ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.