କବିତା: ଜୀବନର ଅନ୍ତିମ ସୂର୍ଯ୍ୟ

✍🏾ବିରଞ୍ଚି ନାରାୟଣ ଚୌଧୁରୀ

ରକ୍ତିମ ଶୋଭାରେ ବିଭୁସିତ ଦିବାକର
ନିମିଷକ ମଧ୍ୟରେ ହେବେଯେ ଉଦିତ
ଦେବେଯେ ସୁନେଲି କିରଣ,
ବିଭୁସିତ ହେବ ଦିନ
ସ୍ବପ୍ନ ହେବଯେ ସାକାର ।।

ପ୍ରସ୍ତୁତ ହେଲେଣି ଶାବକ
ଧରିବେ ଜୀବନର ମଙ୍ଗ
ମା’ ସହ କରିବେ ଖାଦ୍ୟ ଅନ୍ୱେଷଣ
ନିଜ ନିଜ ଡାକରେ ବୁଝାଇବେ ନିଜଠାର
ଧରିନେଇ ନିଜ ଆତ୍ମୀୟଙ୍କ ସାଂଗ ।।

ଉଡ଼ି ବୁଲିବାର ଭାବ ବିହ୍ଵଳ
ସ୍ୱାଦ ଜାଣିନଥିବା ଜୀବନର ଆରମ୍ଭ
ଘନନୀଳ ଆକାଶର ହାତ ଠାର ଡାକ
ସୁଲୁ ସୁଲୁ ବହୁଥିବା ମୁକ୍ତ ପବନ
ନିଦ ସାରି ଉଠିଥିବା ସଦ୍ୟ ଜୀବନ
ଆକଟ ନଥିବା ଅନୁଶାସନ
ନେଇ ଯାଏ ସାତ ଦରିଆ ପାରିର
ସେହି ମୁକ୍ତ ନୀଳ ସମୁଦ୍ର ।।

ମନରେ ଭୋଗ କରିବାର ଇଚ୍ଛା
ଏକ ଭୁଭୁକ୍ଷୁ ଜୀବନର ଅଭିଶାପ
ଖୋଜିଲେ ପାଇବୁ କିଛିଟା ଖାଇବୁ
ବଞ୍ଚିବ କ୍ଷୁଦ୍ର ଜୀବନ
ନହେଲେ ଭୋକିଲା ରହିବୁ ।।

ଖୋଜିଚାଲିଛି ଏମନ
ଆତ୍ମୀୟଙ୍କ ଠାରୁ ଦୂରରେ
ବିପଦର ରାକ୍ଷସ ମୁଣ୍ଡ ଉପରେ
ଦୃଷ୍ଟିର ଆଢୁଆଳରେ ଅଟକିଯାଏ ଅନ୍ବେସଣ ।।

ଅପରାହ୍ନ ସୂର୍ଯ୍ୟ କିରଣ
ମୁକ ସାକ୍ଷୀ ଜୀବନର
ହାତ ଠାରି କହିଦିଏ
ଆସୁଛି ମୁ ଅନ୍ତିମ ହୋଇ
ଧରି ଅନ୍ତିମ ସୂର୍ଯ୍ୟ କିରଣ ।।

ମନରେ ଅଛି ବହୁ ଅବଶୋଷ
ଆତ୍ମୀୟଙ୍କ ଅତୁଟ ସ୍ନେହ
ଏକ ଭୁଭୁକ୍ଷ ଜ୍ୱାଳାର ଅନ୍ତିମ ଜୀବନ
ଅବସାଦ କାହିଁ ଆସିଲୁ ଏତେ ଦୂର
ଫେରିବା ବେଳର ଅଭାବୀ ସମୟ
ମୁଣ୍ଡ ଉପରେ ଅନ୍ତିମ ସୂର୍ଯ୍ୟ
ମୃତ୍ୟୁର କୁହେଳିକା
ହଠାତ ଅଦୃଶ୍ୟ ବିପଦ
ଛଞ୍ଚାଣର ବାହୁ ଭିତରେ
ବନ୍ଧା ଏ ଜୀବନ
ଭାବିବାର ସମୟ ପୂର୍ବରୁ
ଭୋକିଲା ଜୀବନର ପରିସମାପ୍ତି
ଏକ ଭୁଭୁକ୍ଷୁର ଜ୍ୱାଳା ଭିତରେ
ସେହି ଅନ୍ତିମ ସୂର୍ଯ୍ୟର ସମୟ ପାଖରେ ।।

ରାୟଗଡା
ପୋଲିସ ବିଭାଗ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.