ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

୬ମାସ ତଳେ କରିଥିଲେ ପ୍ରେମ ବିବାହ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଆଁଏଲି ଗ୍ରାମର ଜଣେ ଯୁବକ ବୁଧବାର ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ଯୁବକ ଆଁଏଲି ଗ୍ରାମର ଦୁଷ୍ମନ୍ତ ମାଝୀ (୨୦) ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଲିଛି । ପୋଲିସ ସୂଚନା ଅନୁସାରେ, ବୁଧବାର ସକାଳୁ ଘର ନିକଟରେ ଥିବା ଏକ ଆମ୍ବ ଗଛରେ ଦୁଷ୍ମନ୍ତଙ୍କ ବେକରେ ରଶିଲାଗି ଝୁଲୁଥିବା ତାଙ୍କ ମା’ ପ୍ରଭା ମାଝି ଦେଖିବାକୁ ପାଇଥିଲେ । ପରେ ଘରର ଅନ୍ୟ ମାନଙ୍କୁ ଜଣାଇ ଦୁଷ୍ମନ୍ତଙ୍କୁ ବଞ୍ଚାଇବା ପାଇଁ ଗଛରୁ ରଶି କାଟି ଓହ୍ଲାଇଥିଲେ । ହେଲେ ସେତେ ବେଳକୁ ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା । ପରେ ପରିବାର ଲୋକେ ଗ୍ରାମରକ୍ଷୀଙ୍କୁ ଜଣାଇବା ପରେ ସେ କୋକସରା ପୋଲିସକୁ ଖବର ଦେଇଥିଲେ । ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତ ଅନୁଧ୍ୟାନ କରିବା ସହ ଶବ ଜବତ କରି କୋକସରା ଡାକ୍ତରଖାନାକୁ ପାଠାଇ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି । ତେବେ ମୃତ ଯୁବକ ଗତ ୬ମାସ ତେଳେ ପ୍ରେମ ବିବାହ କରିଥିବା ବେଳେ କିଛି ଦିନ ଆଗରୁ ତାଙ୍କ ସ୍ତ୍ରୀ ବାପା ଘରକୁ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଇ ଘରକୁ ଫେରି ନ ଥିଲେ । ତେବେ ଯୁବକ ତାଙ୍କ ସ୍ତ୍ରୀ ସହ କୌଣସି ମନ ମାଲିନ୍ୟ ଯୋଗୁଁ କିମ୍ବା ଅନ୍ୟ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି । ଏନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.