ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁତର ଅସୁସ୍ଥ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜଣେ ପୂର୍ବତନ ବ୍ରିଟିଶ ଗୁପ୍ତଚର ଖ୍ରୀଷ୍ଟୋଫର ଷ୍ଟିଲ ଆମେରିକାର ‘ସ୍କାଏ ନୁ୍ୟଜ’କୁ ଋଷ୍‌ର ରାଷ୍ଟ୍ରପତି ଭ୍ଳାଡମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ରିପୋର୍ଟ ଦେଇଛନ୍ତି । ରିପୋର୍ଟ ଅନୁସାରେ, ପୁଟିନ ଗୁରୁତର ଅସୁସ୍ଥ ଅଛନ୍ତି । ଏଥିସହିତ ଏହି ପତ୍ରିକାରେ ଆହୁରୀ ମଧ୍ୟ ପ୍ରକାଶ ପାଇଛି ଯେ, ରାଷ୍ଟ୍ରପତି ପୁଟିନ ରକ୍ତ କର୍କଟ ଭଳି ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି । ଅନ୍ୟପକ୍ଷରେ, ପୁଟିନ୍‌ଙ୍କ ବନ୍ଧୁ ତଥା ବିତ୍ତଶାଳୀ ଓ ପ୍ରଭାବାଶାଳୀ ଜଣେ ରାଜନେତା କହିଛନ୍ତି ଯେ, ରକ୍ତ କର୍କଟ ଯୋଗୁଁ ପୁଟିନ୍‌ ସାଙ୍ଘାତିକ ଅସୁସ୍ଥ ଅଛନ୍ତି । ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଆଦେଶ ଦେବା ପୂର୍ବରୁ ରକ୍ତ କର୍କଟ ଚିକିତ୍ସା ନିମନ୍ତେ ପୁଟିନ୍‌ଙ୍କ ପିଠିର ଅସ୍ତ୍ରୋପଚାର କରାଯାଇଥିଲା ।

ଏକ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଋଷ୍‌ର ବିଜୟ ଦିବସ ପାଳନ ଅବସରରେ ପୁଟିନ ଖୁବ୍‌ ଦୁର୍ବଳ ଦେଖାଯାଉଥିଲେ । ସେ ବ୍ଲାକ୍‌ ବମ୍ବେର ଏକ ଜ୍ୟାକେଟ୍‌ ପିନ୍ଧି ଦ୍ୱିତୀୟ ବିଶ୍ୱଯୁଦ୍ଧର ଯୋଦ୍ଧାମାନଙ୍କ ସହିତ ବସିଥିଲେ । ତାଙ୍କ ପାଦରେ ଏକ ସବୁଜ କପଡ଼ା ବନ୍ଧା ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ଓ ମଝିରେ ମଝିରେ ତାଙ୍କର କାଶ ମଧ୍ୟ ହେଉଥିବା ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.