ସମାଜସେବୀଙ୍କ ଟ୍ୱିଟ ପରେ ବେସାହାରା ଭାଇଭଉଣୀଙ୍କ ଥଇଥାନର ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଳକ ଶିକୁଳିପଦର ଗାଁରେ ରୁହନ୍ତି ତିନିଜଣ ବେସାହାରା ଭାଇଭଉଣୀ । ପରିସ୍ଥିତି ଅତି ଖରାପ ହେତୁ ସେମାନେ ଓଳିଏ ଖାଇଲେ ଓଳିଏ ଉପାସରେ ରହୁଥିଲେ । ସରକାରୀ ସହାୟତା କହିଲେ ମାଙ୍କ ରାସନ କାର୍ଡର ୨୦କିଲୋ ଚାଉଳ । ଦୁଇଭାଇ ଅନନ୍ତ ମଳିକ ଓ ବିଶ୍ରାମ ମଳିକ ପାଠ ପଢ଼ିବାର ଇଛା ଥିଲେ ମଧ୍ୟ ଆର୍ଥିକ ଅସୁବିଧା ହେତୁ ସେମାନେ ପଢି ପାରୁନଥିଲେ । ଦୁଇ ଭାଇଙ୍କୁ ମଣିଷ କରିବାପାଇଁ ବଡ଼ ଭଉଣୀ ଅନତି ମଳିକ ବିଲରେ କାମ କରନ୍ତି ବୋଲି କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏହି ସମସ୍ୟା ବିଷୟରେ କଳାହାଣ୍ଡିର ସମାଜସେବୀ ଯଶୋବନ୍ତ ରଣା ଜାଣିବା ପରେ ଗଜପତି ଜିଲ୍ଲାପାଳ ଜିଲ୍ଲାପାଳ, ଶିଶୁ ସୁରକ୍ଷା ସମିତି ଗଜପତି, ମନ୍ତ୍ରୀ ଟୁକୁନି ସାହୁଙ୍କୁ ଟ୍ୱିଟରରେ ଅଭିଯୋଗ କରି ସେମାନଙ୍କୁ ଥଇଥାନ କରିବାପାଇଁ ନିବେଦନ କରିଥିଲେ । ଏହାକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପିଲା ମାନଙ୍କ ଗାଁରେ ପହଁଞ୍ଚି ସରପଞ୍ଚ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ସେମାନେ କେଉଁଠି ପଢିବେ ତାହା ଆଲୋଚନା କରିଥିଲେ । ଶିଶୁ ମଙ୍ଗଳ ସମିତିକୁ ସେମାନଙ୍କୁ ହସ୍ତାନ୍ତର କଲାପରେ ବଡ଼ ଝିଅ ଅନତିକୁ ମୋହନା ସ୍ଥିତ କସ୍ତୁରବା ଛାତ୍ରୀ ନିବାସ ଓ ଦୁଇ ଭାଇଙ୍କୁ ଏକ ଛାତ୍ର ନିବାସରେ ରଖି ପାଠ ପଢ଼ିବାର ବ୍ୟବସ୍ଥା କରାଯିବ ବୋଲି ଗଜପତି ଜିଲ୍ଲାପାଳ ସମାଜସେବୀ ଶ୍ରୀ ରଣାଙ୍କୁ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି । ଟ୍ୱିଟ ପରେ ଶିଶୁମାନେ ଥଇଥାନ ହେବା ଜାଣି ଶ୍ରୀ ରଣା ବହୁତ ଖୁସି ହୋଇଛନ୍ତି ଓ ଗଜପତି ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ଏହିପରି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.