ରାଜ୍ୟ ସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବରେ ପ୍ରଶଂସା ସାଉଁଟି ଥିବା କଳାକାରଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭୁବନେଶ୍ଵର ସ୍ଥିତ ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଆଦିମ ଜନଜାତି ନୃତ୍ୟ ମହୋତ୍ସବରେ ଭାଗ ନେଇ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତର ଆଦିବାସୀ କଳାକାର ମାନଙ୍କୁ ସମ୍ପାଦିତ କରିଛି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ। ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ବିଶ୍ଵନାଥପୁର ସ୍ଥିତ ବ୍ଲକ ସମ୍ବିଲନୀ କକ୍ଷରେ ଏହି ଆଦିବାସୀ କଳାକାର ମାନଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନୀତ କରାଯାଇଛି। ଏହି ଅବସରରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, କୁଟିଆ କନ୍ଧ ଉନ୍ନୟନ ସଂସ୍ଥର ପ୍ରକଳ୍ପ ପ୍ରବନ୍ଧକ ଲମ୍ବୋଦର ପ୍ରଧାନ, ଓଏଲଏମ୍ ବିପିଏଲ ସଞ୍ଜିବ କୁମାର କହଁର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କଳାକାର ମାନଙ୍କୁ ସମ୍ମାନୀତ କରାଯିବା ସହିତ ସେମାନଙ୍କ ଉତ୍ତରଣ ଉନ୍ନତି ପାଇଁ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ କାମନା କରିଥିଲା ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.