କଳାହାଣ୍ଡିରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ଧାନ ଚାଳାଣ: ୨ ଟ୍ରକ ଜବତ, ତଦନ୍ତ ଜାରି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆନ୍ଧ୍ରପ୍ରଦେଶକୁ ବେଆଇନ ଧାନ ଚାଲାଣ ହେଉଥିବା ବେଳେ ବୁଧବାର ଆମପାଣି ପୋଲିସ ଦ୍ବାରା ୨ଟି ଟ୍ରକ୍ ଜବତ । ସୂଚନା ଅନୁସାରେ କୋକସରା ବ୍ଲକର ମୋଟେର ଓ ଜୟପାଟଣା ବ୍ଲକର ବାନେର ଅଞ୍ଚଳରୁ ୨ଟି ଟ୍ରକ୍ ଯୋଗେ ଆନ୍ଧ୍ରପ୍ରଦେଶର କାକିନାଡାକୁ ବେଆଇନ ଧାନ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଆମପାଣି ପୋଲିସ ଟ୍ରକ ଦୁଇଟିକୁ ଅଟକ ରଖି ଯୋଗାଣ ବିଭାଗକୁ ଜଣାଇଥିଲେ । ପରେ କୋକସରା ବ୍ଲକ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ଧର୍ମଗଡ ଉପଖଣ୍ଡ ଯୋଗାଣ ନିରୀକ୍ଷକ ଖଗେଶ୍ୱର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି କାଗଜାତ ଯାଞ୍ଚ କରି ଗାଡିକୁ ଜବତ କରିଥିଲେ । ୨ ଟି ଟ୍ରକ୍ ରେ ୧୧ ଶହ ବ୍ୟାଗରେ ୩୫୯.୮୦ କ୍ୱିଇଣ୍ଟାଲ ଧାନ ଥିବା ଜଣାପଡିଛି । ଜବତ ଧାନକୁ ବୋବରିଆ ସ୍ଥିତ ଜେକେ ଫୁଡ ରାଇସମିଲରେ ଜିମାଦେଇ ଦୁଇଟି ଟ୍ରକକୁ ଆମପାଣି ଥାନାରେ ଅଟକ ରଖାଯାଇ ତଦନ୍ତ ଚାଲିଥିବା କୋକସରା ବ୍ଲକ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.