‘କର୍ମର ଗତି ଗହନ ଅଟେ’

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ , ପରିବାରର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ଓମକାର ନାଦଧ୍ବନି ଦେବା ସହ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ୍ କଥା ପ୍ରଦାନ କରିଥିଲେ ।‌ ମୁଖ୍ୟ ଅତିଥି ତଥା ବିଶିଷ୍ଟ ପ୍ରବଚକ, ଆଲୋଚକ , ପଶୁପତି ନାଥ ମନ୍ଦିରରେ ଦୀର୍ଘଦିନ ଧରି ପ୍ରବଚନ ପ୍ରଦାନ କରୁଥିବା ପ୍ରବଚକ ହୃଷିକେଶ ସାହୁ ମହାଭାଗଙ୍କର ଜ୍ଞାନଯୋଗର ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା, ଉଦାହରଣ ମାଧ୍ୟମରେ ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ଚତୁର୍ଥ ଅଧ୍ୟାୟ, ଜ୍ଞାନଯୋଗର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ ।

Omkar Vasthu
Omkar Vasthu

ଯେଉଁ କର୍ମ ଶାସ୍ତ୍ରାନୁମୋଦିତ ତାହା କରଣୀୟ ବା କର୍ମ, ଯାହା ଶାସ୍ତ୍ରାନୁମୋଦିତ ନୁହେଁ ଅକରଣୀୟ ବା ବିକର୍ମ ଏବଂ କର୍ମ ତ୍ୟାଗ ହିଁ ଅକର୍ମ । ଏସବୁର ଭେଦ ଯତ୍ନର ସହ ବୁଝିବା ଉଚିତ । କର୍ମର ଗତି ଗହନ ଅଟେ ଅର୍ଥାତ କର୍ମତତ୍ତ୍ୱ ବୁଝିବା କଠିନ ଅଟେ । ଯେଉଁ ଜନ କର୍ମ ମଧ୍ୟରେ ଅକର୍ମ ଓ ଅକର୍ମ ମଧ୍ୟରେ କର୍ମ ଦେଖନ୍ତି, ସେ ମନୁଷ୍ୟ ମାନଙ୍କ ମଧ୍ୟରେ ବୁଦ୍ଧିମାନ ଯୋଗୀ ଓ ସକଳ କର୍ମର କର୍ତ୍ତା ଅଟନ୍ତି ଭଳି ଅନେକ ତାତ୍ତ୍ବିକ ଆଲୋଚନା ପଣ୍ଡିତ ଶ୍ରୀଯୁକ୍ତ ସାହୁ ମହାଭାଗ ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ। ଶେଷରେ ସଂଯୁକ୍ତା ରାଉତ ମଧ୍ୟ ନିଜ ବକ୍ତବ୍ୟରେ ଜ୍ଞାନ ଯୋଗର ଅନେକ ବିଶ୍ଲେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିବା ସହ ପଣ୍ଡିତଜୀଙ୍କର ବକ୍ତବ୍ୟ ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ମନ୍ତବ୍ୟ ଦେଇଥିଲେ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ସ୍ନେହ ମିଶ୍ର ଧନ୍ୟବାଦ ଓ ପ୍ରଣତି ମହାପାତ୍ର ଶାନ୍ତିପାଠ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.