ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ କପିଳେଶ୍ଵର ଯୁବକ ସଂଘ ମିଳିତ ଆନୁକୂଲ୍ୟରେ ବିଶ୍ବ ପରିବେଶ ଦିବସ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧର ମିଳିତ ଆନୁକୂଲ୍ୟରେ ବିଶ୍ବ ପରିବେଶ ଦିବସ ୨୦୨୨ ପାଳିତ ହୋଇଅଛି। ସଂଘର ଉପ-ସଭାପତି ଘଣ୍ଟେଶ୍ବର ପୋଡ ସଭା ପରିଚାଳନା କରିଥିଲେ। ସଂଘର ସାସ୍କୃତିକ ସଂପାଦକ ନିରଞ୍ଜନ ସଗ୍ରିଆ ପରିବେଶକୁ କିପରି ଭାବରେ ଆମେ ସୁରକ୍ଷିତ ରଖିବା ସେ ବିଷୟରେ ଆଲୋକପାତ କରିଥିଲେ।

କପିଳେଶ୍ବର ଯୁବକ ସଂଘ ଏ ବର୍ଷ ବଙ୍ଗୋମୁଣ୍ଡା ବ୍ଳକ ପାଇ ରାଜ୍ଯ ସ୍ତରରେ ପ୍ରକୃତି ମିତ୍ର ସମ୍ମାନ ଲାଭ କରିଥିବାରୁ ସମସ୍ତେ ଖୁସି ବ୍ଯକ୍ତ କରିଥିଲେ। ଆଗକୁ ମଧ୍ଯ ଗଛ ଲଗାଇ ପରିବେଶକୁ ସବୁଜିମା ରେ ପରିଣତ କରିବା ସହିତ ସ୍ବଚ୍ଛ ଓ ସୁରକ୍ଷିତ ରଖିବା ଦିଗରେ ସଂଘର ସମସ୍ତ କାମ କରିବୁ ବୋଲି ମତ ପୋଷଣ କରିଥିଲେ ଓ ଗାଁସାରା ସାଇକେଲ ରେଲି କରି ଲୋକମାନଙ୍କୁ ସଚେତନ କରିଥିଲେ।

କୋଷାଧ୍ୟକ୍ଷ ଚନ୍ଦ୍ରହାସ ପୋଢ ଧନ୍ୟବାଦ ଅର୍ପଣ କରିଥିଲେ। ଲଯରାମ ଛତ୍ରିଆ, ଲୋକେଶ୍ୱର ବଛା, ମୁନ୍ନା ଛତ୍ରିଆ, ତେଲୁରାମ ପୋଡ, ବିନୋଦ ପୋଡ, ପ୍ରହଲ୍ଲାଦ ବଛା ଓ ଅନ୍ଯାନ୍ଯ ସଦସ୍ଯ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.