ଭାରସାମ୍ୟ ହରାଇ ସ୍କୁଲ ପାଚେରୀରେ ଧକ୍କା ହେଲା ମିନି ଟ୍ରକ, ୩ ଆହତ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଜାତୀୟ ରାଜପଥ ୨୬ କେସିଙ୍ଗା ବ୍ଲକ କେନ୍ଦୁପଡା ନିକଟରେ ଆଜି ଏକ ସଡକ ଦୁର୍ଘଟଣା ଘଟିଛି। ଭବାନିପାଟଣା ପଟରୁ ଆସୁଥିବା ଏକ ମିନି ଟ୍ରକ ଭାରସାମ୍ୟ ହରାଇ ଦ୍ରୋଣାଚାର୍ଯ୍ୟ ସ୍କୁଲ ପାଚେରୀରେ ଧକ୍କା ହୋଇଥିଲା। ଏଥିରେ ଗାଡି ଚାଳକ ଓ ତାଙ୍କ ଦୁଇଜଣ ସହଯୋଗୀ ଆହାତ ହୋଇଥିଲେ। ଆହତ ମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ, ସମାଜସେବୀ ମହିପାଳ ପୋଡ଼, ଅଭିଷେକ ରଥ ଓ ଗ୍ରାମବାସୀମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.