ଆଶ୍ରମପଡା ନକ୍ଆଉଟ୍ କ୍ରିକେଟ୍ ଉଦଜାପିତ: ଜଗନ୍ନାଥପୁରକୁ ହରାଇ ଚଣାଲିମା ଚମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ସ୍ଥିତ ଆଶ୍ରମପଡା ଖେଳ ପଡିଆଠାରେ ଆଶ୍ରମପଡା ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଜାପିତ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚ ଜଗନ୍ନାଥପୁର ଓ ଚଣାଳୀମା ଦଳ ମଧ୍ୟରେ ହୋଇଥିଲା।ଜଗନ୍ନାଥପୁର ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୧୪ ଓଭରରେ ଅଲଆଉଟ ହୋଇ ୭୧ ରନ କରିଥିବା ବେଳେ ଜବାବରେ ଚଣାଳୀମା ଦଳ ୧୩ ଓଭର ୪ ବଲରେ ୮ ଉଇକେଟ୍ ବିନିମୟରେ ୭୨ ରନ କରି ବିଜୟ ହାସଲ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ୍ -୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ ବ୍ଳକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସମାଜସେବୀ ହରିଶଙ୍କର ପାତ୍ର, ସମାଜସେବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ, ସମାଜସେବୀ ଶ୍ରୀମୁଖ ଅଗସ୍ତି, ଅବସରପ୍ରାପ୍ତ ଏଲଆଇ ପ୍ରକାଶ ଚନ୍ଦ୍ର ପ୍ରଧାନ, ଶିକ୍ଷକ ରାଘବ ଗହୀର, ବିଜେଡି କର୍ମୀ ପାତ୍ର ମାଝୀ, ଶ୍ରୀନିବାସ ଚଣ୍ଡୀ, ସାମ୍ବାଦିକ କ୍ଷମାନିଧି ମହାଖୁଡ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଉଦଜାପନୀ ମ୍ୟାଚରେ ସଞ୍ଜୟ କୁମାର ପ୍ରଧାନ ଓ ଦିଲ୍ଲୀପ ବର୍ଗେ ଖେଳ ପରିଚାଳନା କରିଥିବାବେଳେ ସ୍କୋର ବୋର୍ଡରେ ଅଶ୍ବିନୀ କୁମାର ସାହୁ ଓ ଏସ୍. ଅଗସ୍ତି ଧାରାବିବରଣୀ ଦେଇଥିଲେ।କାର୍ଯ୍ୟକ୍ରମରେ ଆଶ୍ରମପଡା ନକଆଉଟ କ୍ରିକେଟ ସଂଘ ସଭାପତି ରାହୁଲ ବର୍ଗେ, ଉପ ସଭାପତି ଲଷ୍ମୀଧର ବେହେରା, ସମ୍ପାଦକ ସଞ୍ଜୟ ପ୍ରଧାନ, ସହ ସମ୍ପାଦକ ଆନନ୍ଦ ମୁଣ୍ଡା, କଦଣ୍ଡ ପ୍ରଧାନ, ଦିଲ୍ଲୀପ ବର୍ଗେ, ବାସୁଦେବ ସାହୁ, ଟୁନା ପଟନାୟକ, କେତନ ରଣା, ତେଜ ବଗର୍ତ୍ତି ସମେତ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।ଏହି ପ୍ରତିଯୋଗିତା ଗତ ୮ ତାରିଖ ଦିନ ଆରମ୍ଭ ହୋଇଥିବା ବେଳେ ଏଥିରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ବିଜେତା ଦଳକୁ ଉଇନର ଟ୍ରଫି ସହ ୧୦ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ୭ ହଜାର ଟଙ୍କା ଅତିଥିମାନେ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.