ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ପେକ୍ସର ସଭାପତି ଭାବେ ଗୋବର୍ଦ୍ଧନ ଭୋଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଅନ୍ୟ କୌଣସି ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ ନକରିବାରୁ ଗୋବର୍ଦ୍ଧନ ଭୋଇ ନିର୍ଦ୍ୱନ୍ଦ୍ୱ ପ୍ରାର୍ଥୀ ଭାବେ ପରିଗଣିତ ହୋଇଛନ୍ତି। ଆଜି ସକାଳ ୧୦ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବା ସମୟ ରହିଥିଲା। ହେଲେ ଶ୍ରୀ ଭୋଇଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ ନ କରିବାରୁ ସେ ସଭାପତି ହେବା ସମ୍ଭାବନା ଉଜ୍ଜ୍ବଳ ହୋଇଛି। ନାମାଙ୍କନ ପତ୍ର ଦାଖଲ ସମୟରେ ନିର୍ବାଚନ ଅଧିକାରୀ, ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଭବାନୀ ଶଙ୍କର ସାହୁ ରହିଥିଲେ। ଶ୍ରୀ ଭୋଇ ସଭାପତି ହେବା ନିଶ୍ଚିତତାକୁ ନେଇ ସ୍ଥାନୀୟ ଯୁବ ନେତା ନନ୍ଦି କିଶୋର ଭୋଇ, ଦିନବନ୍ଧୁ ସାହୁ, ଜୟ ଶଙ୍କର ସାହୁ, ରଥ ରଣା, ଆନନ୍ଦ ସାହୁ, ଜିଲ୍ଲାପରିଷଦ ସଭ୍ୟ ମହେନ୍ଦ୍ର ରଣା, ପୂର୍ବତନ ପେକ୍ସ ସଭାପତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ କର୍ଲାମୁଣ୍ଡା ପେକ୍ସର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଉଦ୍ୟମ କରିବି ବୋଲି ନିର୍ଦ୍ଵନ୍ଦରେ ନିର୍ବାଚିତ ସଭାପତି ଗୋବର୍ଦ୍ଧନ ଭୋଇ ପ୍ରକାଶ କରିଛନ୍ତି।