ଲାଞ୍ଜିଗଡ଼ ବ୍ଲକ ନୂତନ ସରପଞ୍ଚ ସଂଘ ଗଠିତ

ସାନ୍ଦୁରୁ ମାଝୀ ସଭାପତି, ସନ୍ତୋଷ ମାଝୀ ସମ୍ପାଦକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକର ନବ ନିର୍ବାଚିତ ୨୬ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚମାନଙ୍କୁ ନେଇ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର (ଭି.ଆର.ଓ) ଠାରେ ପୋଖରୀବନ୍ଧ ସରପଞ୍ଚ ଜଗବନ୍ଧୁ ମାଝୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଲାଞ୍ଜିଗଡ଼ ବ୍ଳକ ଅଧ୍ୟକ୍ଷ କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜିବ କୁମାର ନାଏକ, ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆଁ, ବିଶ୍ଵନାଥପୁର ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀ, ସମାଜସେବୀ ହରିଶଙ୍କର ପାତ୍ର ଅତିଥି ଭାବେ ଯୋଗ ଦେଇ ନବନିର୍ବାଚିତ ସରପଞ୍ଚମାନେ କିଭଳି ଲୋକଙ୍କ ନିକଟତର ହୋଇ ସେବାକରିବା ସହ ଏକ ଆଦର୍ଶ ପାଞ୍ଚାୟତ ଗଠନ କରିବେ ସେ ଦିଗରେ ପଦକ୍ଷେପ ନେବାକୁ ସରପଞ୍ଚମାନଙ୍କୁ କହିଥିଲେ ଏବଂ ନୂତନ ସରପଞ୍ଚମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ବୈଠକରେ ଯୋଗ ଦେଇଥିବା ୨୬ ଜଣ ସରପଞ୍ଚଙ୍କ ପ୍ରସ୍ତାବକ୍ରମେ କୁମଖାଲ ସରପଞ୍ଚ ସାନ୍ଦୁରୁ ମାଝୀଙ୍କୁ ସଂଘର ସଭାପତି, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କୁ ଉପ ସଭାପତି, କଦମଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀଙ୍କୁ ସମ୍ପାଦକ, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବରଙ୍କୁ ସହ ସମ୍ପାଦକ ଏବଂ ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ଏଥିରେ ସମସ୍ତ ସରପଞ୍ଚ ଉପସ୍ଥିତ ଥିବା ବେଳେ ଶେଷରେ ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.