ଗୋଲାମୁଣ୍ଡା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଭାଗୃହଠାରେ ଆଜି ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକର ୨୮ ଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଆସି ବିଭିନ୍ନ ବିଭାଗର ନିଜ ନିଜର ସମସ୍ୟା ଲିଖିତ ଭାବରେ ଜଣେଇଥିଲେ ଓ ତୁରନ୍ତ ତାର ସମାଧାନ ପାଇଁ ନିର୍ଦ୍ଦେଶ ହେଉଥିଲା । ବ୍ଲକର ୮୩ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ଆବାସ ଘର , ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ମାନଙ୍କ ଭତ୍ତା, ତହସିଲ ସମ୍ପର୍କୀୟ ଜମି ବାଡି ମାମଲା, ଜଙ୍ଗଳ ଜମିର ପଟା ଓ ନିମ୍ନ ମାନର ଛତୁଆ ବଣ୍ଟନ, ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁ ଗୁଡିକରେ ବେଆଇନ ଭାବରେ ଦେଶି ବିଦେଶି ମଦ ବିକ୍ରି ବିଷୟରେ ଲିଖିତ ଭାବରେ ଅଭିଯୋଗ ଆସିଥିବାର ଜଣା ପଡିଛି । ଶିବିରରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଲାଷ ଜି, ଧର୍ମଗଡ ଉପ ଜିଲ୍ଲାପାଳ ପାୱାର ସଚିନ, ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର, ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ, ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ବର ଜାଲ ଓ ସବୁ ବିଭାଗର ଜିଲ୍ଲା ସ୍ତରିୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.