ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସଂପନ୍ନ କରିବାକୁ ବିଭିନ୍ନ ମନ୍ଦିର ପରିଚାଳନା କମିଟି ସହ ନର୍ଲା ପୋଲିସର ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆଉ କିଛି ଦିନ ବାକି ରହିଛି। ଏଥିପାଇଁ କଳାହାଣ୍ଡି ଜିଲ୍ଲାର ମଠ/ ମନ୍ଦିର ମାନଙ୍କରେ ବ୍ୟାପକ ପ୍ରସ୍ତୁତି ହେଉଥିବା ଦେଖାଯାଇଛି। ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ମନ୍ଦିର ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଓ ନର୍ଲା ପୋଲିସ ମଧ୍ୟରେ ଏକ ବୈଠକ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ସମ୍ବିତ କୁମାର ମାଝୀଙ୍କ ତତ୍ବାବଧାନରେ ନର୍ଲା ଥାନା ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେବଗିରି ମଠ ବୁଢିପଦରରୁ ସଞ୍ଜୟ କୁମାର ଧଙ୍ଗଡାମାଝୀ ଓ ଶତୃଘ୍ନ ଧଙ୍ଗଡାମାଝୀ, ସରିଆଁ ଜଗନ୍ନାଥ ମନ୍ଦିରରୁ ପ୍ରମୋଦ ଭୋଇ, ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରୁ ପ୍ରଦୀପ କୁମାର ଅଗ୍ରୱାଲ ଓ ରାଧେଶ୍ୟାମ ଅଗ୍ରଓ୍ୱାଲ, ରାମଚନ୍ଦ୍ରପୁର ଜଗନ୍ନାଥ ମନ୍ଦିରରୁ ମନୋଜ କୁମାର ବେହେରା, ଅକ୍ଷୟ ସାହୁ ଓ ଲମ୍ବୋଦର ପତି, ନର୍ଲା ଜଗନ୍ନାଥ ମନ୍ଦିରରୁ ଚିରଞ୍ଜିବୀ ଗୈାଡିଆ ଓ ଅଭୟ ଚାନ୍ଦ, ମାଣ୍ଡେଲ ଜଗନ୍ନାଥ ମନ୍ଦିରରୁ କପିକେତନ ନାଏକ, ଶରତ ଚନ୍ଦ୍ର ଭୋଇ, ଦିଲୀପ ନାଏକ ଓ ସୁରେଶ ନାଏକ ପ୍ରମୁଖଙ୍କ ସହ ନର୍ଲା ଥାନା ଏସଆଇ ବଂଶୀଧର ସାମଲ, ସୁବାସ ଚନ୍ଦ୍ର ଗୁରୁ ଏବଂ ଶମ୍ଭୁ ପ୍ରସାଦ ଠାକୁର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପାରମ୍ପରିକ ରୀତିନୀତି ଏବଂ ଶାନ୍ତି ଶୃଙ୍ଖଳାର ସହ ସନ୍ଧ୍ୟା ପୂର୍ବରୁ କିପରି ରଥଯାତ୍ରା ସମାପନ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଅଧିକ ପୋଲିସ ଫୋର୍ସ ମୁତୟନ କରିବାକୁ ସମସ୍ତ ମନ୍ଦିର କମିଟି ପକ୍ଷରୁ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ପ୍ରସ୍ତାବ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ନର୍ଲା ଥାନା ଅଧୀନରେ ଥିବା ମାଣ୍ଡେଲ, ନର୍ଲା, ରୁପ୍ରାରୋଡ, ଲାଖଗୁଡା, ବୁଢିପଦର, ଟିକ୍ରାପଡା, ତୁଳାପଡା, ଉଲିକୁପା, ସେରଗଡ, ସରିଆଁ, ରାମଚନ୍ଦ୍ରପୁର, ଗନ୍ଧରବାରୁ ଓ ଲାଞ୍ଜିଗଡ଼ରୋଡ ଠାରେ ରଥଯାତ୍ରା ଆୟୋଜିତ ହୋଇଥାଏ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.