କଳାହାଣ୍ଡି ଫୋରମ ଫର ସୋସିଆଲ ଟ୍ରାନ୍ସଫର୍ମେସନ ପକ୍ଷରୁ କେରିୟର କାଉନସିଲିଙ୍ଗ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ବରିଷ୍ଠ ନାଗରିକଙ୍କ ଦ୍ଵାରା ଗଠିତ କଳାହାଣ୍ଡି ଫୋରମ ଫର ସୋସିଆଲ ଟ୍ରାନ୍ସଫର୍ମେସନ (କେ.ଏଫ.ଏସ.ଟି) ପକ୍ଷରୁ ଭବାନୀପାଟଣା ସହର ସ୍ଥିତ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ସଭାଗୃହଠାରେ କେରିୟର କାଉନସିଲିଙ୍ଗ ଅନୁଷ୍ଠିତ ହୋଇଯାଇଛି। କେଏସଏଫଟି ସଭାପତି ଅବସରପ୍ରାପ୍ତ ଜେଲ୍ ଅଧିକାରୀ ପ୍ରେମାନନ୍ଦ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଚଳିତବର୍ଷ ୧୦ମ ଓ‌ +୨ ପରୀକ୍ଷା ଦେଇଥିବା ଅନୂସୂଚିତ ଜାତି ଓ ଜନଜାତି ବର୍ଗର ଗରୀବ ଛାତ୍ରଛାତ୍ରୀ ତାଙ୍କର ପରବର୍ତ୍ତୀ ଶିକ୍ଷା ପାଇଁ କିପରି ପ୍ରସ୍ତୁତି କରିଛନ୍ତି ଓ କି ଲକ୍ଷ୍ୟ ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ମଧ୍ୟ ସେମାନଙ୍କ ମନରେ ଥିବା ସନ୍ଦେହକୁ ପରିପ୍ରକାଶ କରିବା ସହ ବିଭିନ୍ନ ବିଷୟରେ ପ୍ରଶ୍ନ କରିଥିଲେ। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କ୍ଷୀରୋଦ ବିହାରୀ ନାଗ ସବ-ରେଜିଷ୍ଟ୍ରାର, କ୍ୟାପଟେନ ବିଜୟ ଦଳେଇ, ଶଶିଦେବ ଦୁର୍ଗା ନିର୍ଦ୍ଦେଶକ ବିଏସଏନଏଲ, ଭବାନୀ ବାଗ ଅଧ୍ୟାପକ, ରଜନୀ ଜେନା ଆସିଷ୍ଟାଣ୍ଟ ପ୍ରଫେସର, ଡଃ ସସ୍ମିତା କୁମାରୀ ପ୍ରମୁଖ ଅଂଶଗ୍ରହଣ କରି ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ ବସନ୍ତ ନାଏକ, ରାମ କୁମାର ନାଏକ, ଧନୁର୍ଜୟ ନାଏକ, ତିଲକ ରାମ ନିଆଲ, ଗୋରା ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଡଃ କେଦାର ଖମାରୀ ପରିଚାଳନା କରିଥିଲେ। ସଭାପତି ଶ୍ରୀ ବାଗ ଆଗାମୀ ଦିନରେ ସ୍ନାତକ ଛାତ୍ରଛାତ୍ରୀ ଭବିଷ୍ୟତରେ କିପରି ଭାରତୀୟ ପ୍ରଶାସନିକ ସେବା ଓ ଓଡ଼ିଶା ପ୍ରଶାସନିକ ସେବା ଦିଗରେ ମନୋନୀବେଶ କରିବେ ସେଥିପ୍ରତି ସ୍ଵତନ୍ତ୍ର କର୍ମଶାଳା ଆୟୋଜନ କରାଯିବ ବୋଲି ପ୍ରକାଶ କରିଥିଲେ। ବର୍ତ୍ତମାନ ଦେଶରେ ଶିକ୍ଷା ଓ ରୋଜଗାର ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି। ଏଭଳି ଏକ ଘଡିସନ୍ଧି ପରିସ୍ଥିତିରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ମାର୍ଗଦର୍ଶନ ନିମନ୍ତେ ଏହି କେରିୟର କାଉନସିଲିଙ୍ଗ ଆୟୋଜନ କରାଯାଇଛି ବୋଲି କଳାହାଣ୍ଡି ଫୋରମ ଫର ସୋସିଆଲ ଟ୍ରାନ୍ସଫର୍ମେସନ ପକ୍ଷରୁ ସୂଚନା ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.