କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତିର ଡାଇରେକ୍ଟର ନିର୍ବାଚନ ଫଳାଫଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନରେ ରହିଥିବା କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତିର ସଦସ୍ୟ (ଡାଇରେକ୍ଟର) ପଦବୀ ପାଇଁ ୨୬ ତାରିଖ ଦିନ ନିର୍ବାଚନ ହୋଇଯାଇଛି। କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତିର ୧୫ ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପୂର୍ବରୁ ୮ ଗୋଟି ନିର୍ବାଚନ ମଣ୍ଡଳୀର ସଦସ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଥିଲା ବେଳେ ବାକି ୭ ଗୋଟି ନିର୍ବାଚନ ମଣ୍ଡଳୀର ସଦସ୍ୟ ପାଇଁ ୨୬ ତାରିଖ ଦିନ କାଣ୍ଡେଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ୨ ନମ୍ବର ନିର୍ବାଚନ ମଣ୍ଡଳୀ ପାଇଁ କୃତିବାସ ବାଗ ଏବଂ ଡୁଲମଣି ଗଉଡଙ୍କ ମଧ୍ୟରେ ହୋଇଥିବା ନିର୍ବାଚନରେ ଡୁଲମଣୀ ଗଉଡ ବିଜୟୀ ହୋଇଥିବା ବେଳେ ୩ ନମ୍ବର ନିର୍ବାଚନ ମଣ୍ଡଳୀ ପାଇଁ ଗୋପାଲ ସାହୁ ଏବଂ ଯୁଗେଶ୍ବର ବାଗଙ୍କ ମଧ୍ୟରେ ହୋଇଥିବା ପ୍ରତିଦ୍ବନ୍ଦିତାରେ ଯୁଗେଶ୍ବର ବାଗ ବିଜୟୀ ହୋଇଛନ୍ତି। ସେହିପରି ୬ ନମ୍ବର ନିର୍ବାଚନ ମଣ୍ଡଳୀ ପାଇଁ ଅନ୍ତୁ ସାହୁ ଏବଂ ବଳରାମ ସାହା ମଧ୍ୟରେ ହୋଇଥିବା ପ୍ରତିଦ୍ବନ୍ଦିତାରେ ଅନ୍ତୁ ସାହୁ ବିଜୟ ହାସଲ କରିଥିବା ବେଳେ ୯ ନମ୍ବର ନିର୍ବାଚନ ମଣ୍ଡଳୀ ପାଇଁ ଚିନ୍ତାମଣି ମାଝୀ ଏବଂ ବେଣୁଧର ମାଝୀଙ୍କ ମଧ୍ୟରେ ହୋଇଥିବା ପ୍ରତିଦ୍ବନ୍ଦିତାରେ ଚିନ୍ତାମଣି ମାଝୀ ବିଜୟୀ ହୋଇଛନ୍ତି। ୧୧ ନମ୍ବର ନିର୍ବାଚନ ମଣ୍ଡଳୀ ପାଇଁ ଆନନ୍ଦ ସାହୁ ଏବଂ ଗଜିନ୍ଦ୍ର ସାହୁଙ୍କ ମଧ୍ୟରେ ହୋଇଥିବା ପ୍ରତିଦ୍ବନ୍ଦିତା ରେ ଗଜିନ୍ଦ୍ର ସାହୁ ବିଜୟୀ ହୋଇଥିବା ବେଳେ ୧୩ ନମ୍ବର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରତିଦ୍ୱନ୍ଦିତା ହୋଇଥିବା ଜଗବନ୍ଧୁ ନାଏକ ଏବଂ ଟୁକୁରାମ ସାହୁଙ୍କ ମଧ୍ୟରେ ଟୁକୁରାମ ସାହୁ ବିଜୟୀ ହୋଇଛନ୍ତି। ସେହିପରି ୧୪ ନମ୍ବର ନିର୍ବାଚନ ମଣ୍ଡଳୀ ପାଇଁ ଡୋଲାମଣୀ ସାହୁ ଏବଂ ବିଜୟ ସାହୁଙ୍କ ମଧ୍ୟରେ ହୋଇଥିବା ନିର୍ବାଚନରେ ଦୁଇ ଜଣଙ୍କ ମଧ୍ୟରେ ସମାନ ଭୋଟ ପଡ଼ିଥିଲା ଯାହାକି ଧର୍ମଗୁଳାରେ ବିଜୟ ସାହୁ ବିଜୟୀ ହୋଇଛନ୍ତି। ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ସଦସ୍ୟ ମାନେ ହେଉଛନ୍ତି ୧ ନମ୍ବର ନିର୍ବାଚନ ମଣ୍ଡଳୀରୁ ରମାକାନ୍ତ ଗଉଡ, ୪ ନମ୍ବର ନିର୍ବାଚନ ମଣ୍ଡଳୀରୁ ଠାକୁର ସାହୁ, ୫ ନମ୍ବର ନିର୍ବାଚନ ମଣ୍ଡଳୀରୁ ଗରୁଡଧ୍ବଜ ମାଝୀ, ୭ ନମ୍ବର ନିର୍ବାଚନ ମଣ୍ଡଳୀରୁ ରାନୀବତୀ ନାଏକ, ୮ ନମ୍ବର ନିର୍ବାଚନ ମଣ୍ଡଳୀରୁ ତ୍ରିପୁରା ନାୟକ, ୧୦ ନମ୍ବର ନିର୍ବାଚନ ମଣ୍ଡଳୀରୁ ଅଶୋକ କୁମାର ବେହେରା, ୧୨ ନମ୍ବର ନିର୍ବାଚନ ମଣ୍ଡଳୀରୁ ପରମେଶ୍ବର ସାହୁ ଏବଂ ୧୫ ନମ୍ବର ନିର୍ବାଚନ ମଣ୍ଡଳୀରୁ ସେବତୀ ସାହୁ । ଖବର ସଂଗ୍ରହରୁ ପ୍ରକାଶ ଯେ, ସଭାପତି ପଦବୀକୁ ନେଇ ରାଜନୀତି ସରଗରମ ହୋଇଛି । ସଭାପତି ପଦବୀକୁ ନେଇ ନିର୍ବାଚିତ ହୋଇଥିବା ଅନେକ ସଦସ୍ୟ ଆଶାୟୀ ରହିଛନ୍ତି । ସେଥିମଧ୍ୟରୁ ଗଜିନ୍ଦ୍ର ସାହୁ, ତ୍ରିପୁରା ନାୟକ, ଠାକୁର ସାହୁ, ପରମେଶ୍ବର ସାହୁ ଦୈ।ଡରେ ଥିବା ଜଣାପଡିଛି। ତେବେ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ପଦ ପାଇଁ କାହା ମୁଣ୍ଡରେ ସୁନା କଳସ ରହିଛି ଦେଖିବାକୁ ବାକି ରହିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.