ଥୁଆମୂଳ ରାମପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଜନଶୁଣାଣି ଶିବିର

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ଥୁଆମୂଳ ରାମପୁର ବ୍ଳକର ୨୪ ଗୋଟି ଗ୍ରାମପଞ୍ଚାୟତର କିଛି ଜନସାଧାରଣ ଆସି ବିଭିନ୍ନ ବିଭାଗରେ ରହିଥିବା ନିଜ ନିଜର ସମସ୍ୟାକୁ ନେଇ ଲେଖିତ ଭାବରେ ଜଣାଇଛନ୍ତି। ବ୍ଳକର ୭୫ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ବୃଦ୍ଧ ବୃଦ୍ଧା, ଦିବ୍ଯାଙ୍ଗ ମାନଙ୍କ ପାଇଁ ଭତ୍ତା, ଆବାସ ଗୃହ, ଏମଜିଏନଆର ଇଜିଏ ଭଳି ଅନ୍ଯାନ୍ଯ ବିଷୟରେ ଲେଖିତ ଅଭିଯୋଗ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ବିଡିଓ ଭରତ କୁମାର ମେହେରଙ୍କ ତତ୍ତ୍ୱାବଧାନରେ ଶିବିର ଆୟୋଜିତ ହୋଇଥିଲା। ସହଯୋଗ କରିଥିଲେ ଜିଲ୍ଲା ଓ ବ୍ଳକ ସ୍ତରୀୟ ବିଭାଗୀୟ କର୍ମକର୍ତ୍ତା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.